ଭୁବନେଶ୍ବର: ଭୁବନେଶ୍ବର ସିମ ବକ୍ସ ଜବତ ଘଟଣାରେ ପୁଲିସ କମିଶନର ବଡ଼ ସୂଚନା ଦେଇଛନ୍ତି। ସିମବକ୍ସକୁ ପାକିସ୍ତାନ, ଚୀନ ଓ ମଧ୍ୟ ପ୍ରାଚ୍ୟକୁ କଲ କରିବା ପାଇଁ ବ୍ୟବହାର କରାଯାଇଥାଏ। ସାଇବର ଠକ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ମଧ୍ୟ ସିମ ବକ୍ସ ବ୍ୟବହୃତ ହୁଏ। ଭୁବନେଶ୍ବରରେ ଜବତ ହୋଇଥିବା ସିମ ବକ୍ସ କେଉଁ ପ୍ରକାର ଅପରାଧରେ କାର୍ଯ୍ୟରେ ଲାଗିଛି, ତାହାର ତଦନ୍ତ ଚାଲିଛି। ସିମ ବକ୍ସର ମାଷ୍ଟର ମାଇଣ୍ଡ ଆଶାଦ୍ଦୁର ଜମାନ ବୋଲି ତଦନ୍ତ ସମୟରେ ଜଣାପଡ଼ିଛି।
ଆଶଦ୍ଦୁର ଜମାନର ଘର ବାଂଲାଦେଶ ହୋଇଥିବାବେଳ ସେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ବ୍ୟବହାର କରିଥିଲା। ଗତ ଅକ୍ଟୋବର ୨୧ରେ ଆଶାଦ୍ଦୁର ଜମାନ ଭାରତରେ ପହଞ୍ଚିଥିଲା । ଭୁବନେଶ୍ବର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା। କେଶୁରାରେ ଭଡ଼ା ଘର ନେଇ ସିମ ବକ୍ସ ରାକେଟ ଚଳାଇ ଆସୁଥିଲା। ଆଶାଦ୍ଦୁର ଜମାନ ନିର୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲା। ଆଶାଦ୍ଦୁର ଜମାନ ୫ଟି ଅପରେସନାଲ ସିମ ବକ୍ସ ମିଳିଛି, ସେଥିରୁ ୨୫୫ ଆକ୍ଟିଭ ରହିଛି। ପ୍ରାୟ ୧ ହଜାର ସିମ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ ରହିଛି।
ଭୁବନେଶ୍ୱର ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ସିମବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ ଆସୁଥିବା କଲ୍କୁ ପରିବର୍ତ୍ତନ କରାଯାଇ ଭାରତ ଭିତରକୁ ଛଡ଼ା ଯାଉଥିଲା। ସାଇବର ଠକେଇ, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ପୂର୍ବରୁ ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଜମାନଙ୍କୁ ଗିରଫ କରାଯାଇଥିଲା। ଗତକାଲି ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ କରାଯାଇଛି। ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ।



