www.samajalive.in
Monday, December 8, 2025
27.1 C
Bhubaneswar

୧୭ତମ ଅନ୍ତର୍ଜାତୀୟ ପୃଥିବୀ ବିଜ୍ଞାନ ଅଲିମ୍ପିଆଡରେ ଭାରତକୁ ୮ ପଦକ

ଡେସ୍କ: ଚୀନର ବେଜିଂରେ ଆୟୋଜିତ ୧୭ତମ ଅନ୍ତର୍ଜାତୀୟ ପୃଥିବୀ ବିଜ୍ଞାନ ଅଲିମ୍ପିଆଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଅଗଷ୍ଟ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁଜରାଟ, କେରଳ, ଛତିଶଗଡ଼ ଏବଂ ରାଜସ୍ଥାନର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୪ ଜଣିଆ ଭାରତୀୟ ଦଳ ଅର୍ଥ ସିଷ୍ଟମ ପ୍ରୋଜେକ୍ଟ ଏବଂ ଇଣ୍ଟରନ୍ୟାସନାଲ ଟିମ୍ ଇନଭେଷ୍ଟିଗେସନ ସମେତ ତିନୋଟି ଭିନ୍ନ ଭିନ୍ନ ବର୍ଗରେ ଏହି ପଦକ ଜିତିଛନ୍ତି।

ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇବା ସହ ଦେଶ ପାଇଁ ସମ୍ମାନଜନକ ଶିକ୍ଷାଗତ ଗୌରବ ଆଣିଥିବାରୁ ପ୍ରଶଂସା କରିଛନ୍ତି।ଆନ୍ତର୍ଜାତିକ ପୃଥିବୀ ବିଜ୍ଞାନ ଅଲିମ୍ପିଆଡ୍ ହେଉଛି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ରିଚଆଉଟ୍ (ଗବେଷଣା, ଶିକ୍ଷା, ପ୍ରଶିକ୍ଷଣ ଏବଂ ଆଉଟରିଚ) ଯୋଜନା ଅଧୀନରେ ଏକ ଛାତ୍ର-କେନ୍ଦ୍ରୀତ କାର୍ଯ୍ୟକ୍ରମ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories