ଡେସ୍କ: ସ୍ୱର୍ଗତ ଆଲ୍ଫି ରିଚାର୍ଡ ୱାଟ୍ସଙ୍କ ପତ୍ନୀଙ୍କୁ ନୋ ଅବ୍ଜେକ୍ସନ୍ ପ୍ରମାଣପତ୍ର ଜାରି କରିବାକୁ ଦିଲ୍ଲୀ ହାଇକୋର୍ଟ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଲ୍ ଫି ରିଚାର୍ଡ ୱାଟ୍ସଙ୍କ ପାର୍ଥିବ ଶରୀରକୁ ଲଣ୍ଡନରୁ ହାଇଦ୍ରାବାଦ ସ୍ଥାନାନ୍ତର କରିବା ପାଇଁ ଏହି ଏନ୍ଓସିର ଆବଶ୍ୟକତା ରହିଛି। ଏହି ନିଷ୍ପତି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବ ଏବଂ ତାଙ୍କ ପରିବାରର ଇଚ୍ଛା ଅନୁଯାୟୀ ମୃତକର ଅନ୍ତିମ ସଂସ୍କାର କରାଯାଇ ପାରିବ।
ନିକଟରେ ମୃତକଙ୍କ ପିତା ଆଲ୍ଫି ରିଚାର୍ଡ ୱାଟ୍ସ ତାଙ୍କ ପୁଅର ମୃତଦେହ ସ୍ଥାନାନ୍ତର ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ ସାଂସଦ ଏବଂ କାଉଣ୍ଟି କାଉନସିଲରଙ୍କ ସମେତ ବ୍ରିଟେନ କର୍ତ୍ତୃପକ୍ଷ ଏହି ପ୍ରକ୍ରିୟାକୁ ସମର୍ଥନ ଓ ସହାୟକ ହୋଇଥିବା ବେଳେ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଏନ୍ଓସି ଦେଉନଥିବାରୁ ମୃତଦେହ ସ୍ଥାନାନ୍ତର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି।
ଜଷ୍ଟିସ ସଞ୍ଜୀବ ନରୁଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗଷ୍ଟ ୧୬ ତାରିଖରେ ଏକ ଆଦେଶରେ କହିଛନ୍ତି ଯେ ଲଣ୍ଡନସ୍ଥିତ ଭାରତୀୟ ହାଇକମିସନର କନସୁଲାର ସେକ୍ସନ ଦ୍ୱାରା ୨୦୨୪ ଜୁଲାଇ ୨୯ ତାରିଖରେ ହୋଇଥିବା ଚୁକ୍ତିନାମାକୁ ରଦ୍ଦ କରାଯାଇଛି।



