www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଶା ଆସିବେ ୫ମହାବଳ ବାଘ

ସମାଜ ଡିଜିଟାଲ ଡେସ୍କ: ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ। ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍‌‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଓଡ଼ିଶାକୁ ଆସିବା ପରେ ବରଗଡ ଦେବ୍ରିଗଡରେ ୩ ଓ ଶିମିଳିପାଳରେ ୨ ମହାବଳ ବାଘ ଛଡାଯିବ। ଓଡ଼ିଶା ଆସିବାକୁ ଥିବା ୫ ମହାବଳ ବାଘ ଚିହ୍ନଟ ହୋଇସାରିଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଓଡ଼ିଶା ଅଣାଯିବ ବୋଲି ପିସିସିଏଫ୍‌‌ କହିଛନ୍ତି। ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍‌‌ ମହାବଳ ଆଣିବାକୁ ଯିବେ। ଦେବ୍ରିଗଡ ଜଙ୍ଗଲରେ ବାଘ ଛଡାଯିବା ପରେ ଗାଁ ଗଣ୍ଡାକୁ ନଯିବା ଲାଗି ସୋଲାର ଫେନ୍ସିଂ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories