www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ କେତେ ହେଲା ଦର..

ନୂଆଦିଲ୍ଲୀ : ବିଶ୍ବରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ଓ ଘରୋଇ ଚାହିଦା ବଢ଼ିବା ଫଳରେ ସୁନା ମହଙ୍ଗା ହୋଇଛି। ମଙ୍ଗଳବାର ସୁନା ଦର ୫୦୦ ଟଙ୍କା ବଢ଼ି ୧୦ ଗ୍ରାମ ପିଛା ୭୨,୮୫୦ ଟଙ୍କାରେ ପହଞ୍ଚିଛି। ସୋମବାର ୯୯.୯ ପ୍ରତିଶତ ଖାଣ୍ଟି ସୁନା ୧୦ ଗ୍ରାମ ପିଛା ୭୨,୩୫୦ ଟଙ୍କାରେ ବନ୍ଦ ହୋଇଥିଲା। ତେବେ ରୁପା ମୂଲ୍ୟ କିଲୋ ପ୍ରତି ୮୩,୫୦୦ ଟଙ୍କାରେ ସ୍ଥିର ରହିଛି। ବିଶ୍ବରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଖୁଚୁରା ଗ୍ରାହକ ଓ ଗହଣା ବ୍ୟବସାୟୀଙ୍କ ପକ୍ଷରୁ ସୁନା ଚାହିଦା ବଢ଼ିବାରୁ ସୁନା ମହଙ୍ଗା ହୋଇଛି। ଆନ୍ତର୍ଜାତିକ ବଜାରରେ ସୁନା ଆଉନ୍ସ ପ୍ରତି ୧.୩୦ ଡଲାର ବଢ଼ି ୨,୫୦୨.୭୦ ଡଲାରରେ ବିକ୍ରି ହେଉଛି। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି, ଆମେରିକାରେ ବଣ୍ଡ ଅମଳ କମିବା ଏବଂ ଆସନ୍ତା ସେପ୍ଟେମ୍ବର ୧୮ରେ ହେବାକୁ ଥିବା ବୈଠକରେ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର କମାଇବା ଚିନ୍ତା ମଧ୍ୟରେ ନିବେଶ ସୁନାକୁ ଏକ ନିରାପଦ ସମ୍ପତ୍ତି ଭାବରେ ଦେଖୁଛନ୍ତି। ଅନ୍ୟପକ୍ଷରେ ଚଳିତ ସପ୍ତାହରେ ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବା ସମ୍ଭାବନା ରହିଛି। ତେଣୁ ଏକ ନିରାପଦ ସମ୍ପତ୍ତି ଭାବରେ ନିବେଶକ ସୁନାରେ ନିବେଶ କରିବାକୁ ଉଚିତ ମଣୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories