www.samajalive.in
Friday, December 5, 2025
17.1 C
Bhubaneswar

ଆଜି ନିଜ କ୍ରୋଧକୁ ନିୟନ୍ତ୍ରଣରେ ନରଖିଲେ ଅସୁବିଧାରେ ପଡି଼ବେ ଏସବୁ ରାଶି : ବୁଧବାର ରାଶିଫଳ

ମେଷ: ବହୁ ବିଦ୍ୟା ପାରଙ୍ଗମ ହୋଇଥିଲେ ମଧ୍ୟ ଯଦି ଲୋକଟି ଦୁର୍ଜନ ହୋଇଥାଏ ତେବେ ତା’ର ସଙ୍ଗ ପରିତ୍ୟାଗ ତୁରନ୍ତ କରିବା ଉଚିତ୍‌। ବିଦେଶ ଯିବାରେ ବିପଦର ସମ୍ମୁଖୀନ ହେବେ। ଦାନ କରିପାରନ୍ତି।
ବୃଷ: ପତ୍ନୀ ରୂପବତୀ ହୋଇପାରନ୍ତି। ଶାନ୍ତ, ଶିଷ୍ଟ ଗୁଣଯୁକ୍ତା ହେବେ। ପତିବ୍ରତା ହେବେ। ଆଚାର, ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ଲଜ୍ଜାଶୀଳା ହେବେ। ଦେବ, ବ୍ରାହ୍ମଣ ଭକ୍ତିଯୁକ୍ତ ହୋଇପାରନ୍ତି। କର୍ମଠ ହେବେ।
ମିଥୁନ: ପତ୍ନୀଙ୍କ ପାଇଁ ଅନ୍ୟ ଲୋକଙ୍କ ବୈରୀ ହୋଇପାରନ୍ତି। ସାମାଜିକ ସ୍ତରରେ ଜଣେ ଦୁଷ୍ଟ ବ୍ୟକ୍ତିଭାବେ ପରିଗଣିତ ହୋଇପାରନ୍ତି। ବ୍ୟବସାୟରେ ଲାଭଖୋର୍‌ ମନୋବୃତ୍ତିର ହେବେ। ନୀଚାନୁରକ୍ତ ହେବେ।
କର୍କଟ: ପୁତ୍ରମାନେ ପ୍ରସିଦ୍ଧି ଲାଭ କରି କୁଳ ମର୍ଯ୍ୟାଦା ରକ୍ଷା କରିବେ। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ମହାନୁଭବ ବ୍ୟକ୍ତିବିଶେଷ ହୋଇପାରନ୍ତି। ଧନବାନ୍‌ ହେବେ। ବିନୟାବନତ ହେବାର ସୂଚନା ମିଳୁଛି।
ସିଂହ: ହଠାତ୍‌ ସୁଖର ଅଧିକାରୀ ହୋଇପାରନ୍ତି। କୁମିତ୍ରମାନଙ୍କୁ ପରିତ୍ୟାଗ ନ କଲେ ଦାରିଦ୍ର୍ୟତା ଭୋଗ କରିବାକୁ ପଡ଼ିବ। ପ୍ରଥମେ ଅଜଣା ବ୍ୟକ୍ତିକୁ ପରୀକ୍ଷା କରି ମିତ୍ରତା ଆଚରଣ କରିବାକୁ ହେବ। ଦାନ କରିପାରନ୍ତି।
କନ୍ୟା :ପତ୍ନୀ, ସହକର୍ମିଣୀ ଓ ସହଧର୍ମିଣୀର ଭାର ବହନ କରିବେ। ସେ ଧର୍ମରତ ଓ ଗୁରୁଭକ୍ତ ହେବେ। ଆଚରଣ ଶୁଦ୍ଧ ହେବ। ଧନ ପ୍ରାପ୍ତ ହେବେ। ସ୍ବଭାବ ସୁଲଭ ଗୁଣରେ ପଡ଼ୋଶୀମାନଙ୍କ ସହିତ ସୁସମ୍ପର୍କ ରଖିବେ।
ତୁଳା: ବ୍ୟବସାୟରୁ ପ୍ରଚୁର ଧନଲାଭ ସୁଯୋଗ ସୃଷ୍ଟି ହେବ। ପୁତ୍ରଙ୍କଠାରୁ ସ୍ବଳ୍ପ ଧନ ପ୍ରାପ୍ତିର ସୂଚନା ମିଳୁଛି। ଗୁରୁଙ୍କ ଆଶୀର୍ବାଦରୁ ଧନ ପ୍ରାପ୍ତ ହେବେ। କର୍ମକ୍ଷେତ୍ର ଲାଭଦାୟକ ହେବ। କର୍ତ୍ତବ୍ୟନିଷ୍ଠା ଯୋଗଁୁ ପୁରସ୍କୃତ ହେବେ।
ବିଛା: ଦୁଃସାହସିକ ପଦକ୍ଷେପ ନେଇ ସଂସ୍କାରରତ ହୋଇପାରନ୍ତି। କ୍ଷୁଦ୍ର ବ୍ୟବସାୟ ଲାଭଦାୟକ ହେବ। ନିର୍ଭରଶୀଳ ନ ହୋଇ ସ୍ବାଧୀନଚେତା ଭାବେ ମନପସନ୍ଦର କାର୍ଯ୍ୟ ସମ୍ପାଦନ କରିବେ। କ୍ଷମତାପନ୍ନ ହେବେ।
ଧନୁ: କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ସେବା ପରାୟଣ ମନୋଭାବର ହେବେ। ବ୍ୟବହାର ଭଦ୍ରୋଚିତ ଓ ମାର୍ଜିତ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଦୁର୍ଜନଙ୍କୁ ପରିତ୍ୟାଗ କରିବେ।
ମକର: ନୌବାଣିଜ୍ୟରୁ ଧନଲାଭ ହେବ। ଜଳଯାନ ନିର୍ମାଣ କରି ବିକ୍ରୟଲବ୍ଧ ଧନରେ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ସରକାରୀ ଚାକିରିରେ କୁଟୁମ୍ବ ପ୍ରତିପୋଷଣ କରିବା ସହିତ ସଞ୍ଚାୟାଭିମୁଖୀ ହୋଇପାରନ୍ତି।
କୁମ୍ଭ:କୁଳୋଚିତକର୍ତ୍ତା ହେବାର ସୂଚନା ମିଳୁଛି। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ଦ୍ବିଜାନୁରକ୍ତ ହେବାର ନିଷ୍ପତ୍ତିରେ ଅଟଳ ମହାମେରୁ ପାଲଟି ଯାଇପାରନ୍ତି। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ପ୍ରକୃତିର ହେବେ।
ମୀନ: ଧର୍ମକାରୀ ହେବାର ସୂଚନା ମିଳୁଛି। ଯଜ୍ଞ କର୍ମ ସମ୍ପାଦନ ପାଇଁ ମନ ବଳାଇ ପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ତୀର୍ଥଯାତ୍ରା ପାଇଁ ମନ ବଳାଇବେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories