www.samajalive.in
Saturday, December 6, 2025
16.1 C
Bhubaneswar

ରାଜ୍ୟର ସଡ଼କ ବିକାଶ ପାଇଁ ୭୫ହଜାର କୋଟିର ପ୍ରସ୍ତାବ

ନୂଆଦିଲ୍ଲୀ : ଓଡ଼ିଶାରେ ସଡ଼କ ଭିତ୍ତିଭୂମି ବିକାଶ ତଥା ଭବିଷ୍ୟତର ଖସଡ଼ା ପ୍ରସ୍ତୁତି ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୭୫ ହଜାର କୋଟି ମୂଲ୍ୟର ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ସ୍ଥାନୀୟ ଭାରତ ମଣ୍ଡପମ ଠାରେ ଆଜି ଦିନତମାମ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଗଡ଼କରିଙ୍କ ସହ ରାଜ୍ୟରେ ନିର୍ମାଣଧିନ ଅଥବା ଅନୁମୋଦନ ଅପେକ୍ଷାରେ ଥିବା ୨୧,୬୫୦ କୋଟି ମୂଲ୍ୟର ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଛି। ଏଥିସହ ରାଜ୍ୟରେ ପଶ୍ଚିମ-ପୂର୍ବ ରାଜପଥ କରିଡ଼ର ନିର୍ମାଣ, ଅଣ୍ଡାକୃତି ଆକାରରେ ପୂର୍ବ-ଦକ୍ଷିଣ-ପଶ୍ଚିମ-ଉତ୍ତର-ପୂର୍ବ ଦିଗକୁ ଉନ୍ନତ ସଡ଼କପଥରେ ଯୋଡ଼ିବା ନିମନ୍ତେ ଗ୍ରାଣ୍ଡ ରିଂଙ୍ଗ ରୋଡ଼ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୫୨ ହଜାର କୋଟି ରାଶିର ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଛି। ୨୦୨୯ ସୁଦ୍ଧା ସମସ୍ତ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ସୂଚନା ଦେଇଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପୁରୀ ଶ୍ରୀକ୍ଷେତ୍ରକୁ ଭୁବନେଶ୍ୱର ସହ ସଂଯୋଗ କରୁଥିବା ୬୦ କିଲୋମିଟର ଲମ୍ବ ଜାତୀୟ ରାଜପଥକୁ ୬ ଟିକିଆରେ ପରିଣତ କରିବା ଲାଗି ନିଷ୍ପତି ହୋଇଛି। ଏଥିରେ ସର୍ଭିସ ରୋଡ଼ ରହିବ। ପ୍ରକଳ୍ପ ନିର୍ମାଣ ବାବଦରେ ସମୁଦାୟ ୧୮ଶହ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରହିଛି। ବଡ଼ବିଲ-ପାରାଦ୍ୱୀପ ଜାତୀୟ ରାଜପଥର ପ୍ରାୟ ୨୦୦ କିଲୋମିଟର ଲମ୍ବ ବଡ଼ବିଲ-ଚଣ୍ଡିଖୋଲ ଅଂଶକୁ ଆଠ ଥାକିଆରେ ପରିଣତ ପ୍ରସ୍ତାବକୁ ଅନୁମୋଦନ କରିବା ନିମନ୍ତେ ଆଲୋଚନା ହୋଇଛି। ଏଥିରେ ମଧ୍ୟ ସର୍ଭିସ ରୋଡ଼ ରହିବ। ଏବେ ଚଣ୍ଡୀଖୋଲ-ପାରାଦ୍ୱୀପ ରାଜପଥକୁ ଆଠଟିକିଆରେ ପରିଣତ କରିବା କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପରେ ପ୍ରାୟ ୧୦ ହଜାର କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories