www.samajalive.in
Saturday, December 6, 2025
14.1 C
Bhubaneswar

ଗଣମାଧ୍ୟମ ହେଉଛି ପ୍ରଶାସନର ଆଖି: ଜିଲ୍ଲାପାଳ

ବୌଦ୍ଧ: ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନନୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁବ୍ରତ କୁମାର ପଣ୍ଡା ଗତ ରବିବାର ଦିନ ବୌଦ୍ଧ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଜିଲାର ବିକାଶ ନେଇ ଆଲୋଚନା କରିଛନ୍ତି । ସାମ୍ବାଦିକମାନେ ଜିଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, ପାନୀୟଜଳ, ଗମନାଗମନ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ସହିତ ପର୍ଯ୍ୟଟନର ବିକାଶ ପାଇଁ ରହିଥିବା ସମ୍ଭାବନା ସଂପର୍କରେ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। ସମସ୍ୟା ଓ ବିକାଶ କ୍ଷେତ୍ରରେ ରହିଥିବା ସମ୍ଭାବନା ସଂପର୍କରେ ସମୀକ୍ଷା କରାଯିବା ପରେ ପର୍ଯ୍ୟାୟକ୍ରମେ ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲାପାଳ ଶ୍ରୀପଣ୍ଡା ସାମ୍ବାଦିକମାନଙ୍କୁ ପ୍ରତିଶୃତି ଦେବା ସହିତ ଜିଲାର ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଗଣମାଧ୍ୟମ ହେଉଛି ପ୍ରଶାସନର ଆଖି, ଗଣମାଧ୍ୟମ ଜରିଆରେ ଲୋକଙ୍କ ସମସ୍ୟା ସଂପର୍କରେ ଜାଣିବାକୁ  ସୁଯୋଗ ମିଳିଥାଏ ବୋଲି ଜିଲାପାଳ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଅତିରିକ୍ତ ଜିଲାପାଳ ତଥା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପଜିଲପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି। ଜିଲା ସାମ୍ବାଦିକ ସଂଘ ସଭାପତି ଶଶାଙ୍କ ଶେଖର ମିଶ୍ର ଓ ସଂପାଦକ ରବିନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଜିଲାପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories