www.samajalive.in
Friday, December 5, 2025
20.1 C
Bhubaneswar

ସେଲଫି ନେଇ ଜୀବନ ହାରିଲେ ଦମ୍ପତି ; ଚିଠି ଲେଖିଲେ, ଏଥିପାଇଁ କଲେ ଆତ୍ମହତ୍ୟା..

ନୂଆଦିଲ୍ଲୀ : କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫ ବର୍ଷୀୟ ସୌରଭ ଓ ତାଙ୍କ ପତ୍ନୀ ମୋନା ହାଥୀପୁଲରେ ନଦୀକୁ ଡେଇଁବା ପୂର୍ବରୁ ସେଲଫି ନେବା ପରେ ଫଟୋକୁ ନିଜ ପରିବାର ସଦସ୍ୟଙ୍କ ନିକଟକୁ ଶେୟାର କରିଥିଲେ ।
ରାନୀପୁର ଥାନା ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସୌରଭଙ୍କର ଏକ ଗହଣା ଦୋକାନ ରହିଛି । ଦମ୍ପତି ସୋମବାର ଦିନ ହିଁ ବାଇକ ଯୋଗେ ହରିଦ୍ୱାରରେ ପହଞ୍ଚି ଥିଲେ।

ଘଟଣା ବିଷୟରେ ଖବର ପାଇ ପୁଲିସ ଖୋଜାଖୋଜି ଆରମ୍ଭ କରିବା ପରେ ଯୁବକଙ୍କ ମୃତଦେହ ମିଳିଥିଲା । ତାଙ୍କ ପକେଟରେ ଥିବା ପର୍ସରୁ ତାଙ୍କ ପରିଚୟ ମିଳିବା ପରେ ଘଟଣା ବିଷୟରେ ଜଣାପଡିଥିଲା । ମାତ୍ର ମହିଳାଙ୍କ ମୃତଦେହ ଏଯାଏଁ ଜବତ ହୋଇ ନାହିଁ । ତାଙ୍କୁ ଖୋଜାଖୋଜି ଜାରି ରହିଛି।

- Advertisement -

ତଦନ୍ତ ପରେ ଜଣାପଡିଥିଲା, ସୌରଭଙ୍କ ଉପରେ ୧୦ କୋଟି ଟଙ୍କାର କରଜ ଥିଲା । ଦମ୍ପତିଙ୍କ ଦୁଇ ଶିଶୁ ରହିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ୨ ଶିଶୁଙ୍କୁ ଅଜା ଆଈଙ୍କ ନିକଟରେ ଛାଡିଥିଲେ।

ଆତ୍ମହତ୍ୟା କରିବା ପୂର୍ବରୁ ସୌରଭ ଓ ତାଙ୍କ ପତ୍ନୀଙ୍କ ଦ୍ୱାରା ଲେଖା ଯାଇଥିବା ଓ ଦସ୍ତଖତ ହୋଇଥିବା ଏକ ଚିଠି ଜବତ କରାଯାଇଥିବା ପୁଲିସ କହିଛି । କରଜରେ ଫସି ରହିଥିବାରୁ ଏଥିରୁ ବାହାରିବାର କୌଣସି ଉପାୟ ନଥିବାରୁ ଜୀବନ ଶେଷ କରିବାକୁ ଯାଉଛୁ ବୋଲି ଚିଠିରେ ଲେଖିଛନ୍ତି ।

ଚିଠିରେ ନିଜ ଦୋକାନ ଓ ଘର ପିଲାଙ୍କ ନାମରେ କରି ଅଜା ଆଈଙ୍କ ପାଖରେ ଛାଡିଥିବା କହିଛନ୍ତି । ସୌରଭ ମୃତ୍ୟୁ ପୂର୍ବରୁ ନିଜ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଅଡିଓ ପଠାଇଥିଲେ ଯେ ଆମେ ହରିଦ୍ୱାରରେ ଅଛୁ ଓ ମରିବାକୁ ଯାଉଛୁ । ପୁଲିସ ପକ୍ଷରୁ ଏହି ସୂଚନା ମିଳିଛି ।

ଦେଖନ୍ତୁ ଭିଡିଓ ; ଖଟ ଗଦି ତଳେ ଲୁଚି ରହିଥିଲା ସାପ, ଧରିବା ମାତ୍ରେ..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories