www.samajalive.in
Friday, December 5, 2025
20.1 C
Bhubaneswar

ଧରାପଡିଲେ ଶିମିଳିପାଳର ଶିକାରୀ: ବନ ବିଭାଗ କ୍ୟାମେରାରେ କଏଦ ହେଲା ଫଟୋ

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡ ଅନ୍ତର୍ଗତ ପିଠାବଟା ବନ କର୍ମଚାରୀଙ୍କ ଦ୍ୱାରା ସୋମବାର ଚଢଉ କରାଯାଇ ତିନିଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଘର ତଲାସି ବେଳେ ଦୁଇଟି ବନ୍ଧୁକ, ଗୋଟିଏ ଗୁଳିଭରା ବନ୍ଧୁକ, ଦୁଇଟି ଅଧା ତିଆରି ବନ୍ଧୁକର ବଟ୍; ଗେଣ୍ଡାଳିଆ ପ୍ରଜାତି ପକ୍ଷୀର ଦୁଇଟି ଥଣ୍ଟ, ୭୦ଟି ପର ଓ ୨ଟି ନଖ; ସମ୍ବର ହରିଣର ଦୁଇଟି ଶାଖା ଶୃଙ୍ଗ; ୮ଟି ତୀର ଓ ୨ଟି ଧନୁ ଏବଂ ଗୋଟିଏ ଥଳିରେ ବନ୍ଧୁକରେ ବ୍ୟବହାର ପାଇଁ ଥିବା ବିସ୍ଫୋରକ ସାମଗ୍ରୀ ଓ ଛୋଟ ଛୋଟ ଲୁହା ଗୁଳି ଆଦି ଜବତ କରାଯାଇଛି। ଗିରଫ ୩ ଜଣଙ୍କ ମଧ୍ୟରୁ ଜଣେ ବାରିପଦା ସଦର ଥାନା ଅଧୀନ କେନ୍ଦୁଆର ମାଠବେଡା ଗ୍ରାମର ଶ୍ରୀମତ୍ ମାଝୀ ଓରଫ୍ କାଣ୍ଡ (୪୫) ଏବଂ ଅନ୍ୟ ଦୁଇଜଣ ବଡସାହି ଥାନା ଅଧୀନ ଯଦୁନାଥପୁରର ବେଲପାହାଡି ଗ୍ରାମର କାରୁ ହାଁସଦା ଓରଫ ଯତ୍ରି (୫୫) ଓ ବୁଧନ ମାଝୀ ଓରଫ୍ ଥାଟନ (୩୦)। ସେମାନଙ୍କ ବିରୋଧରେ ପିଠାବଟା ଦକ୍ଷିଣ ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ବନ୍ୟଜନ୍ତୁ ପ୍ରାଣୀ ସୁରକ୍ଷା ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଶିମିଳିପାଳ ଅଭୟାରଣ୍ୟରେ ଲଗାଯାଇଥିବା କ୍ୟାମେରା ଟ୍ରାପିଙ୍ଗ୍‌ରେ ଶିକାରୀ ଦଳଙ୍କ ଫଟୋଚିତ୍ର ଉତ୍ତୋଳନକୁ ଭିତ୍ତି କରି ଚଢଉ କରାଯାଇଥିଲା।ଖସିଯାଇଥିବା ଅନ୍ୟ ଶିକାରୀଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ଜୋରଦାର ଚଢଉ ଜାରି ରହିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories