www.samajalive.in
Friday, December 5, 2025
27.1 C
Bhubaneswar

ଡାକ୍ତର ଆନ୍ଦୋଳନ: ଆଜି ଓପିଡି ସେବା ବନ୍ଦ ଡାକରା

ନୂଆଦିଲ୍ଲୀ: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ଫେଡେରେସନ ଅଫ୍ ଅଲଇଣ୍ଡିଆ ମେଡିକାଲ ଆସୋସିଏସନ୍ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି। ସମସ୍ତ ମେଡିକାଲରେ ଓପିଡି ସେବା ବନ୍ଦ ରଖିବାକୁ ଡାକରା ଦିଆଯାଇଛି। ସେପଟେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଙ୍କୁ ଚିଠି ଲେଖିଛି ଇଣ୍ଡିଆନ୍ ମେଡିକାଲ୍‌ ଆସୋସିଏସନ୍। ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଏହାସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆଇଏମଏ । କେଉଁ ପରିସ୍ଥିତି ଏଭଳି ଅପରାଧ ଘଟିଲା ତାହାର ଆମୁଳଚୁଳ ତଦନ୍ତ ସହିତ କାର୍ଯ୍ୟକ୍ଷେତ୍ରରେ ଡାକ୍ତର ମାନଙ୍କ ସୁରକ୍ଷା ସୁନିଃଶ୍ଚିତ କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଦାବି କରିଛି। ଗତ ୯ ତାରିଖରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ମେଡିକାଲ କଲେଜର ପ୍ରିନ୍ସପାଲ ଡ.ସନ୍ଦିପ୍ ଘୋଷ ନିଜ ପଦରୁ ନିସ୍ତଫା ଦେଇଛନ୍ତି। ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରି ଘଟଣାରେ ଖୋଳତାଡ ଚଳାଇଛି। ସେପଟେ ଘଟଣାର ସିବିଆଇ ତଦନ୍ତ ଦାବି ଉଠୁଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ପୁଲିସ୍  ତଦନ୍ତରେ ବିଫଳ ହେଲେ ମାମଲା ସିବିଆଇକୁ ଦିଆଯିବ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories