www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଭାବଶୂନ୍ୟ ହେଲା ହିଣ୍ଡେନବର୍ଗ ରିପୋର୍ଟ, ଷ୍ଟକ ବଜାରରେ ସେନ୍‌ସେକ୍‌ସ ଓ ନିଫଟି ଊର୍ଦ୍ଧ୍ବଗାମୀ

ସମାଜ ଡିଜିଟାଲ ଡେସ୍କ: ଆଦାନୀ ଗ୍ରୁପ ଏବଂ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ପ୍ରକାଶିତ ହିଣ୍ଡେନବର୍ଗ ରିପୋର୍ଟ ପ୍ରଭାବଶୂନ୍ୟ ହୋଇଛି। ସୋମବାର ଶେୟାର ବଜାର ଖୋଲିବା ପରଠାରୁ ଅପରାହ୍ନ ସାଢ଼େ ଗୋଟାଏ ଯାଏ ସେନ୍‌ସେକ୍‌ସ ଏବଂ ନିଫଟି ଊର୍ଦ୍ଧ୍ବଗାମୀ ରହିଥିଲା। କେବଳ ଆଦାନୀ ଗ୍ରୁପ ଶେୟାର ଉପରେ ରିପୋର୍ଟ ସାମାନ୍ୟ ପ୍ରଭାବ ପକାଇଥିଲା। କିନ୍ତୁ କମ୍ପାନୀର ଶେୟାର ପୂର୍ବ ଥର ଭଳି ହ୍ରାସ ପାଇ ନାହିଁ।

ଆଦାନୀ ଗ୍ରୁପ ଦୁର୍ନୀତିର ପାହାଡ଼ ଉପରେ ଛିଡ଼ା ହୋଇଥିବାନେଇ ହିଣ୍ଡେନବର୍ଗ ପକ୍ଷରୁ ଗତବର୍ଷ ଅନୁରୂପ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାର ପ୍ରଭାବରେ ଗୋଟିଏ ଦିନରେ ଶେୟାର ବଜାରରେ ୪ ଲକ୍ଷ କୋଟି ଟଙ୍କା କ୍ଷତି ଘଟିଥିଲା। ୨ ଦିନ ତଳେ ହିଣ୍ଡେନବର୍ଗ ୨ୟ ରିପୋର୍ଟ ପ୍ରକାଶ କରିଥିଲା। ଆଦାନୀ ଗ୍ରୁପ ଏବଂ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଥିବା ଏବଂ ମାଦବୀ ଆଦାନୀର ବିଦେଶୀ ଷ୍ଟକରେ ଅର୍ଥ ନିବେଶ କରିଥିବା ହିଣ୍ଡେନବର୍ଗ ଅଭିଯୋଗ କରିଥିଲା। ଏହି କାରଣରୁ ଆଦାନୀ ଗ୍ରୁପ ବିରୋଧରେ ରିପୋର୍ଟ ପ୍ରକାଶ ପାଇବା ପରେ ବି ଉପଯୁକ୍ତ ତଦନ୍ତ କରାଯାଇ ନ ଥିବା ହିଣ୍ଡେନବର୍ଗ ପକ୍ଷରୁ କୁହାଯାଇଥିଲା। ସଦ୍ୟତମ ରିପୋର୍ଟ ପ୍ରକାଶ ପାଇବା ପରେ ଶେୟାର ବଜାରରେ ହଲଚଲ ହେବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି।

- Advertisement -

ସୋମବାର ଶେୟାର ବଜାର​‌ରେ କାରବାର ଆରମ୍ଭ ହେବା ପରେ ସେନ୍‌ସେକ୍‌ସ ୨୦୦ ପଏଣ୍ଟ ବୃଦ୍ଧି ପାଇଥିଲା। ନିଫ୍ଟି ୨୪,୪୦୦ ଉପରକୁ ଯାଇଥିଲା। କେବଳ ଆଦାନୀ ଗ୍ରୁପର ଷ୍ଟକଗୁନିକରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଷ୍ଟକରେ ୩ରୁ ୪ ପ୍ରତିଶ୍ରତ ହ୍ରାସ ପାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories