www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଜୁନିୟର ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି

କଲକାତା : କଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ପ୍ରତିବାଦ।  ଆଜିଠୁ ସର୍ବଭାରତୀୟ ରେସିଡେନ୍ସ ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଜୁନିୟର ଡାକ୍ତରମାନେ ଏହି ଘଟଣାରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ବାସ୍ଥ୍ୟ ବିଭାଗ ମହାବିଦ୍ୟାଳୟ ଅଧିକ୍ଷକ ଡାକ୍ତର ସଞ୍ଜୟ ବଶିଷ୍ଟଙ୍କୁ ହଟାଇ ତାଙ୍କ ସ୍ଥାନରେ ମହାବିଦ୍ୟାଳୟର ଡିନ୍‌ ବବୁଲ ମୁଖୋପାଧ୍ୟାୟଙ୍କୁ ଅଧୀକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଡାକ୍ତର ସଞ୍ଜୟ ବଶିଷ୍ଟ ଦୀର୍ଘ ଦିନ ହେଲା ମହାବିଦ୍ୟାଳୟର ଅଧିକ୍ଷକ ଦାୟିତ୍ବରେ ରହିଆସିଥିଲେ। ଏହି ଘଟଣାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରାୟକୁ ୧୪ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ସଞ୍ଜୟ ୨୦୧୯ରୁ ଆରଜି କର ମେଡିକାଲର ପୁଲିସ ଫାଣ୍ଡିରେ ମୁତୟନ ଥିଲା। ସେ ଜଣେ ପୁଲିସ ସ୍ବେଚ୍ଛାସେବୀ। ତେଣୁ ସେ ମେଡିକାଲର ସମସ୍ତ ବିଭାଗକୁ ସହଜରେ ପ୍ରବେଶ କରିପାରୁଥିଲା। ସିସିଟିଭି ଫୁଟେଜ୍ ଆଧାରରେ ତାକୁ ଗିରଫ କରାଯିବା ସହିତ ସେ ବ୍ୟବହାର କରୁଥିବା ମୋବାଇଲ ଇୟରଫୋନ ଘଟଣାସ୍ଥଳରୁ ମିଳିଥିଲା। ସଞ୍ଜୟର ଏପରି ଜଘନ୍ୟ କାଣ୍ଡ ପାଇଁ ତାକୁ ମୃତ୍ୟୁଦଣ୍ଡ ଦେବା ଲାଗି ଦାବି ହୋଇଛି। ତା’ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ବଳାତ୍କାର), ଧାରା ୧୦୩ (ହତ୍ୟା) ମାମଲା ରୁଜୁ କରାଯାଇଛି। ଜେରା ସମୟରେ ସଞ୍ଜୟ ଘଟଣାକୁ ସ୍ବୀକାର କରିଛି। ତଦନ୍ତରୁ ଜଣାଯାଇଛି ଯେ ସଞ୍ଜୟ ଗୁରୁବାର ରାତି ପ୍ରାୟ ୧୧ଟାରେ ମେଡିକାଲ କଲେଜ ସମ୍ମିଳନୀ କକ୍ଷକୁ ପ୍ରବେଶ କରିଥିଲା। ପରେ ବିଳମ୍ବିତ ରାତି ୪ଟାରେ ସମ୍ମିଳନୀ କକ୍ଷକୁ ଯାଇଥିଲା। ଏହି ସମୟରେ ଛାତ୍ରୀ ଜଣଙ୍କୁ ଏକୁଟିଆ ପାଇ ସେ ବଳାତ୍କାର ଓ ହତ୍ୟା କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଛାତ୍ରୀଙ୍କ ପେଟ, ବାମ ଗୋଡ, ବେକ, ଡାହାଣ ହାତ, ଓଠ ଓ ଆଙ୍ଗୁଠିରେ କ୍ଷତ ରହିଥିବା ଦର୍ଶାଯାଇଛି। ଏହା ସହିତ ତାଙ୍କ ଗୁପ୍ତାଙ୍ଗରୁ ରକ୍ତସ୍ରାବ ହୋଇଥିବା ଉଲ୍ଲେଖ କରାଯାଇଛି। ଅଭିଯୁକ୍ତ ସଞ୍ଜୟ ୪ଥର ବିବାହ କରିଛି। ସଞ୍ଜୟର ବ୍ୟବହାରରେ ଅତିଷ୍ଠ ହୋଇ ପ୍ରଥମ ୩ ପତ୍ନୀ ତାକୁ ଛାଡି ଚାଲିଯାଇଥିଲେ। ଚତୁର୍ଥ ପତ୍ନୀ ଗତବର୍ଷ କର୍କଟ ରୋଗରେ ପ୍ରାଣ ହରାଇଥିଲା। ପଡୋଶୀଙ୍କ କହିବା ଅନୁଯାୟୀ ସଞ୍ଜୟ ବିଳମ୍ବିତ ରାତ୍ରିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରେ। ମାତ୍ର ସଞ୍ଜୟଙ୍କ ମା’ ମାଳତୀ ରାୟ ଏହିସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମାଳତୀ କହିଛନ୍ତି ଯେ ତାଙ୍କ ପୁଅ ବିରୋଧରେ ମିଛ ଅଭିଯୋଗ ଆରୋପ କରାଯାଇଛି। ଆରଜି କର ମେଡିକାଲ କଲେଜର ପିଜି ଦ୍ବିତୀୟ ବର୍ଷ ଛାତ୍ରୀକୁ କଲେଜ ପରିସର ସମ୍ମିଳନୀ କକ୍ଷ (ସେମିନାର ହଲ୍‌)ରେ ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ବଳାତ୍କାର ଓ ହତ୍ୟା କରିଥିଲା। ଶୁକ୍ରବାର ମୃତଦେହ ଉଦ୍ଧାର କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories