www.samajalive.in
Sunday, December 7, 2025
26.1 C
Bhubaneswar

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲେ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଦେଇ ସାରା ଦେଶ ସ୍ତବ୍ଧ ହୋଇପଡ଼ିଥିବାବେଳେ ଉତ୍ତରପ୍ରଦେଶ ଆଗ୍ରାରେ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଚଳନ୍ତା କାରରେ ଦୁଷ୍କର୍ମ କରିଛନ୍ତି। ଶେଷରେ ସମ୍ପୃକ୍ତ ଛାତ୍ରୀଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଯାଇଛନ୍ତି ଅଭିଯୁକ୍ତ। ଛାତ୍ରୀଙ୍କ ଅଭିଯୋଗକ୍ରମେ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ସୂଚନା ଅନୁସାରେ, ଛାତ୍ରୀ ଜଣକ ଡା. ଭୀମରାଓ ଆମ୍ବଡେକର ବିଶ୍ଵବିଦ୍ୟାଳୟରେ ଇଞ୍ଜିନିୟରିଂ ଶେଷ ବର୍ଷରେ ପଢୁଛନ୍ତି। ସେ ଲକ୍ଷ୍ନୌରେ ରୁହନ୍ତି। ଗତ ୧୦ ତାରିଖରେ ଉକ୍ତ ବିଶ୍ଵବିଦ୍ୟାଳୟରେ ପୂର୍ବରୁ ପଢ଼ୁଥିବା ଶିବାଂଶ ସିଂହ ନାମକ ଜଣେ ବରିଷ୍ଠ ଛାତ୍ର ଏକ କାରରେ ଆସି ତାଙ୍କୁ କାରଗିଲ ଛକ ନିକଟରେ ଅଟକାଇଥିଲେ। ପରେ ତାଙ୍କୁ ସେଠାରୁ ଅପହରଣ କରି ନେଇଥିଲେ। ଚଳନ୍ତା କାର ଭିତରେ ତାଙ୍କ ହାତ ବାନ୍ଧି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ପୁଲିସ ଅଭିଯୁକ୍ତକୁ ଧରିବାକୁ ଚଢ଼ାଉ ଜାରି ରଖିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories