୭୦ବର୍ଷୀୟ ବୃଦ୍ଧଙ୍କ କଳା କାରାନାମା; ଧରିବାକୁ ଖୋଜୁଛି ୫ଜଣିଆ ପୁଲିସ ଟିମ୍
ନୂଆଦିଲ୍ଲୀ: ଭଲ ଭାବରେ ଦେଖନ୍ତୁ ଏହି ମୌଲାନାଙ୍କୁ। ନାମ ମୌଲାନା ମୁଖତାର। ଉତ୍ତରପ୍ରଦେଶର କାନପୁର ଜିଲାରେ ରହୁଥିବା ଏହି ୭୦ବର୍ଷୀୟ ମୌଲାନାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ମୌଲାନା ଜଣଙ୍କ କାନପୁର ଅଞ୍ଚଳରେ ବହୁ ସମ୍ମାନସ୍ପଦ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ଲୋକମାନେ ତାଙ୍କୁ ମାନିବା ସହ ତାଙ୍କ ପାଖରେ ମଥା ଟେକି ଆଶୀର୍ବାଦ ନେଉଥିଲେ। ହେଲେ ମୌଲାନାଙ୍କ ମୁହଁରେ ଏକ ବାଣୀ ଓ ହୃଦୟରେ ଭରି ରହିଥିବା ଲାଳସା ବାହାରକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ମାତ୍ର ୭ବର୍ଷର ନାବାଳିକାକୁ ମୌଲାନା ଚାଚା ଜଣଙ୍କ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ମାତ୍ର ୭ବର୍ଷର ନାବାଳିକାକୁ ଝିଅ ଝିଅ କହି ଚକୋଲେଟ ଦେବା ବାହାନାରେ ଡାକି ନେଇଥିଲା। ପରେ ଚକୋଲେଟ କିଣିଦେଇ ନିଜ ଘରକୁ ଡାକି ନେଇଥିଲା ମୌଲାନା। କୁହାଯାଏ ଯେ ଭଗବାନ ସବୁ ଦେଖୁଛନ୍ତି। ମୌଲାନା ଜଣଙ୍କ ନାବାଳିକାକୁ ନେଇ ଯାଉଥିବା ବେଳେ ସ୍ଥାନୀୟ ଯୁବକଙ୍କ ନଜର ତାଙ୍କ ଉପରେ ପଡିଥିଲା। ମୌଲାନାଙ୍କ ପିଛା କରି ଯୁବକ ଜଣଙ୍କ ତାଙ୍କ ଘର ପାଖରେ ପହଞ୍ଚିଥିଲା। ଏହି ସମୟରେ ମୌଲାନା ଜଣଙ୍କ ନାବାଳିକା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ପୁରା ଘଟଣା ଭିଡ଼ିଓ ରେକର୍ଡ କରିଥିଲା ସଂପୃକ୍ତ ଯୁବକ। ନାବାଳିକା ଜଣଙ୍କ କାନ୍ଦିବାକୁ ଲାଗିବାରୁ ଯୁବକ ଜଣଙ୍କ କବାଟ ବାଡେଇବା ସହ ଲୋକଙ୍କୁ ପାଟି କରି ଡାକିଥିଲା। ଏହି ସମୟରେ ସୁଯୋଗ ନେଇ ଅନ୍ୟ ଏକ ଦ୍ୱାରପଟେ ମୌଲାନା ଜଣଙ୍କ ଫେରାର ହୋଇଯାଇଥିଲା। ଘଟଣା ପରେ ନାବାଳିକ ଜଣଙ୍କ ଅତ୍ୟନ୍ତ ଭୟଭୀତ ହେବା ସହ ବାପା ମାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ଫଳରେ ମୌଲାନାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁସାରେ କାନପୁର ସହରର ଗ୍ୱାଲାଟୋଲି ପୁଲିସ ଷ୍ଟେସନ ପରିସରରେ ଘଟିଥିବାରୁ କାନପୁର ନାବାଳିକା ବାପା ମାଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମୁଖତାରକୁ ଗରିଫ କରିବା ପାଇଁ ୫ଜଣିଆ ଟିମ୍ ଗଠନ କରାଯାଇ ଖୋଳତାଡ କରୁଛି ପୁଲିସ। ମୌଲାନା ପୂର୍ବରୁ ମଧ୍ୟ ଏଭଳିକାଣ୍ଡ ଘଟାଇଥିବା ପୁଲିସ କହିଛି, ହେଲେ ସମାଜରେ ଲୋକଲଜ୍ଜ୍ୟା ଭୟରେ କେହି ମୁହଁ ଖୋଲିନଥିବା କୁହାଯାଇଛି।
Comments are closed.