www.samajalive.in
Saturday, December 6, 2025
19.1 C
Bhubaneswar

ନଦୀରେ ଭାସିଗଲା କାର୍‌: ପରିବାରର ୯ ମୃତ, ୨ ନିଖୋଜ

ହୋସିଆରପୁର : ପଞ୍ଜାବର ହୋସିଆରପୁର ନିକଟରେ ରବିବାର ଗୋଟିଏ କାର (ଏସୟୁଭି) ନଦୀ ସ୍ରୋତରେ ଭାସିଯିବାରୁ ସେଥିରେ ଯାତ୍ରା କରୁଥିବା ଗୋଟିଏ ପରିବାରର ୯ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଅନ୍ୟ ୨ ଜଣ ନିଖୋଜ ଥିବା ଜଣାପଡିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଡ୍ରାଇଭର ସମେତ ପରିବାରର ୧୦ ଜଣ ସଦସ୍ୟ ଉକ୍ତ ଏସ୍‌ୟୁଭିରେ ହିମାଚଳ ପ୍ରଦେଶର ଡେହ୍‌ରାରୁ ପଞ୍ଜାବର ସହିଦ ଭଗତ ସିଂହ ନଗର ଜିଲାର ମେରୋୱାଲ ଗ୍ରାମକୁ ଯାତ୍ରା କରୁଥିଲେ। ତେବେ ରାସ୍ତାରେ ଥିବା ଏକ ଝରଣାରେ ଅଚାନକ ବନ୍ୟାଜଳ ପ୍ରବାହିତ ହେବାରୁ ଏସ୍‌ୟୁଭି ଭାସିଯାଇଥିଲା। ସ୍ଥାନୀୟ ଲୋକେ କେବଳ ଜଣେ ଆରୋହୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ନିଖୋଜଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories