www.samajalive.in
Saturday, December 6, 2025
23.1 C
Bhubaneswar

ବିନେଶଙ୍କଠାରୁ ବୁଦ୍ଧି ଶିଖିଲେ ଅମନ – ୧୦ ଘଣ୍ଟାରେ କମାଇଲେ ୪.୬ କିଲୋ ଓଜନ

ନୂଆଦିଲ୍ଲୀ: ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ୫୦ କିଲୋଗ୍ରାମ ମହିଳା ବର୍ଗ ଫାଇନାଲରୁ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍‌ ଅଯୋଗ୍ୟ ଘୋଷିତ ହୋଇଥିଲେ। ବିନେଶଙ୍କ ପ୍ରତି ହୋଇଥିବା ଏଭଳି ନିଷ୍ପତ୍ତିରୁ ଅନ୍ୟତମ ଭାରତୀୟ କୁସ୍ତିଯୋଦ୍ଧା ଅମନ ଶେରାୱତଙ୍କୁ ଶିକ୍ଷା ଦେଇଥିଲା। ଯାହା ଫଳରେ ଅମନ ୧୦ ଘଣ୍ଟା ମଧ୍ୟ​‌ରେ ୪ କିଗ୍ରା ୬୦୦ ଗ୍ରାମ ଓଜନ କମାଇଥିଲେ। ପ୍ୟାରିସ ଅଲିମ୍ପିକ୍‌ସର ପୁରୁ​ଷ ୫୭ କିଗ୍ରା ଓଜନ ବର୍ଗରେ ଅମନ ଶେରାୱତ ଶୁକ୍ରବାର କାଂସ୍ୟ ପଦକ ଜିତିଛନ୍ତି। ସେମିଫାଇନାଲରେ ଅମନ ଇରାନର ସାରଲାକ୍‌ ଆଲିରିଜାଙ୍କ ନିକଟରୁ ପରାଜିତ ହୋଇଥିବା ବେଳେ ୩ୟ ସ୍ଥାନ ପାଇଁ ମ୍ୟାଚରେ ଡାରିଆନ ଟୋଇ କ୍ରୁଜ୍‌ଙ୍କୁ ପରାସ୍ତ କରି କାଂସ୍ୟ ପଦକ ଜିତିଛନ୍ତି। ସେମିଫାଇନାଲରେ ପରାଜିତ ହେବା ପରେ ଅମନଙ୍କ ଓଜନ ୬୧.୫ କିଲୋଗ୍ରାମ ଥିଲା। ଯାହା ପୁରୁଷ ବର୍ଗର ୫୭ କିଲୋଗ୍ରାମର ଧାର୍ଯ୍ୟ ଓଜନଠାରୁ ୪.୫ କିଲୋଗ୍ରାମ ଅଧିକ ରହିଥିଲା। ଅମନ ଶୁକ୍ରବାର କାଂସ୍ୟ ପଦକ ମ୍ୟାଚ ପୂର୍ବରୁ ୧୦ ଘଣ୍ଟା ଭିତ​‌େ​‌ର ସେ ତାଙ୍କର ପ୍ରଶିକ୍ଷକଙ୍କ ସହିତ ଅକ୍ଲାନ୍ତ ପରିଶ୍ରମ କରି ୪.୬ କିଲୋଗ୍ରାମ ଓଜନ ହ୍ରାସ କରିିଥିଲେ। ୬ ଜଣିଆ କୁସ୍ତି ଦଳ ସହିତ ଜଡିତ ଦୁଇ ବରିଷ୍ଠ ଭାରତୀୟ ପ୍ରଶିକ୍ଷକ ଜଗମନ୍ଦର ସିଂହ ଓ ବୀରେନ୍ଦ୍ର ଦହିୟାଙ୍କର କେବଳ ଗୋଟିଏ ମିଶନ ଥିଲା ବିନେଶ ଫୋଗାଟ୍‌ଙ୍କ ସହ ଯାହା ଘଟିଲା ତାହାକୁ ଆମେ ଆଉ ଦୋହରାଇବାକୁ ଚାହିଁ ନ ଥିଲୁ। ଅମନ ସେମିଫାଇନାଲ ମ୍ୟାଚ ରାତି ପ୍ରାୟ ୬ଟା୩୦ରେ ହାରି ଯାଇଥିଲେ। ଏହା ପରେ ଆଉ ସମୟ ନଷ୍ଟ କରିବାର ସମୟ ନଥିଲା ବୋଲି ଜଗମନ୍ଦର କହିଛନ୍ତି। ଓଜନ ହ୍ରାସ ମିଶନ ଦେଢ ଘଣ୍ଟା ମ୍ୟାଟ୍‌ରୁ ଆରମ୍ଭ ହୋଇଥିଲା। ଦୁଇଜଣ ପ୍ରଶିକ୍ଷକ ଅମନଙ୍କୁ କୁସ୍ତି କରାଇଥିଲେ। ରାତି ୧୨ଟା୩୦ରେ ଅମନ ଜିମ୍ନାସିୟମ ଯାଇଥିଲେ। ସେଠାରେ ଅମନ ଏକ ଘଣ୍ଟା ପାଇଁ ଟ୍ରେଡମିଲ୍‌ ଉପରେ ନନ୍‌ଷ୍ଟଫ ଦୌଡିଥିଲେ। ଯାହା ଫଳରେ ଝାଳ ବୋହିବା ଓ ଓଜନ ହ୍ରାସ ନେଇ ସାହାର୍ଯ୍ୟ କଲା। ଏହା ପରେ ଅମନ ୩୦ ମିନିଟ୍‌ ବିଶ୍ରାମ ନେଇଥିଲେ। ଏହା ପରେ ମସାଜ କରାଯିବା ସହ ଜଗିଂ କରିଥିଲେ। ଏହା ପରେ ଚାଲିବା ଓ ଦୌଡ଼ିଥିଲେ​‌ ବୋଲି ଜଗବିନ୍ଦର କହିଛନ୍ତି। ସକାଳ ୪ଟା୩୦ ପର୍ଯ୍ୟନ୍ତ ଅମନଙ୍କ ଓଜନ ୫୬.୯ କିଲୋଗ୍ରାମ ଥିଲା। ଯାହା ନିଦ୍ଦିଷ୍ଟ ଓଜନଠାରୁ ୧୦୦ଗ୍ରାମ କମ ଥିଲା। ଏହା ପରେ ଆମେ ଆଶ୍ବସ୍ତି ଲାଭ କରିଥିଲୁ ବୋଲି ଜଗବିନ୍ଦର କହିଛନ୍ତି। କୁସ୍ତିର ନିୟମାନୁଯାୟୀ ପ୍ରତିଯୋଗିତା ପୂର୍ବରୁ ଖେଳାଳିମାନଙ୍କ ଓଜନ ମାପ କରାଯାଏ। କାଂସ୍ୟ ପଦକ ମ୍ୟାଚ ପୂର୍ବରୁ ଅମନଙ୍କ ଓଜନ ୫୬.୯ କିଲୋଗ୍ରାମ ରହିଥିଲା। ଯାହା ଧାର୍ଯ୍ୟ ଓଜନଠାରୁ ୧୦୦ ଗ୍ରାମ କମ୍‌ ଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories