www.samajalive.in
Saturday, December 6, 2025
23.1 C
Bhubaneswar

ମହିଳା କ୍ରିକେଟ – ଭୁବନେଶ୍ୱର, କିଟ୍‌, ଯାଜପୁର ଓ ବଲାଙ୍ଗିର ବିଜୟୀ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ଆନ୍ତଃଜିଲା ସିନିୟର ମହିଳା କ୍ରିକେଟ ପ୍ରିଲିମିନାରୀ ରାଉଣ୍ଡର ଶନିବାର ୪ଟି ମ୍ୟାଚ ଖେଳାଯାଇଥିଲା। ଟି୨୦ ଫର୍ମାଟରେ ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ବର, କିଟ୍‌, ବଲାଙ୍ଗୀର ଓ ଯାଜପୁର ବିଜୟୀ ହୋଇଛନ୍ତି। ରେଭେନ୍‌ସା ଗ୍ରାଉଣ୍ଡ-୨ରେ ଭୁବନେଶ୍ବର ୬ ୱିକେଟରେ ରାଉରକେଲାକୁ ପରାସ୍ତ କରିଛି। ରଞ୍ଜିତା ରଣସିଂହ ୨୨, ଜି.ଏମ୍‌ ଅଳକାନନ୍ଦା ୨୧ରନ କରିଥିବା ବେଳେ ପ୍ରିୟଙ୍କା ପି ସାହୁ ୩ଟି, ତରନ୍ୟା ପ୍ରଧାନ, ଜ୍ୟୋତି କେ ପ୍ରସାଦ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ବିଡାନାସୀ ଗ୍ରାଉଣ୍ଡରେ କିଟ୍‌ ୫୮ରନରେ କଟକକୁ ପରାସ୍ତ କରିଛି। ରାଣୀ ଟୁଡୁ ୬୦, କୁନି ବାଦରା ୨୭, ତନ୍ମୟୀ ବେହେରା ୨୬ରନ କରିଥିବାବେଳେ କୁନି ବାଦରା ୩ଟି, ବର୍ଷା ଆର ସିଂହ ୨ଟି ୱିକେଟ ନେଇଥିଲେ। ରେଭେନ୍‌ସା ଗ୍ରାଉଣ୍ଡ-୨ରେ ବଲାଙ୍ଗୀର ୧୦ ୱିକେଟରେ ଅବଶିଷ୍ଟ ଓଡ଼ିଶା -ବି କୁ ପରାସ୍ତ କରିଛି। ବିଜୟଲକ୍ଷ୍ମୀ ବେହେରା ୩୨, ଅନନ୍ୟା ମିଶ୍ର ୩୦ରନ କରିଥିବାବେଳେ ସାରଦା ମହାନନ୍ଦ ଓ ସ୍ନେହା ବାଗ୍‌ଚୀ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବିଡାନାସୀ ଗ୍ରାଉଣ୍ଡରେ ଯାଜପୁର ୯ ୱିକେଟରେ ଅବଶିଷ୍ଟ ଓଡ଼ିଶା -ଏ କୁ ପରାସ୍ତ କରିଛି। କାଜଲ ଜେନା ୪୮, ଅର୍ଚ୍ଚନା ପରିଡ଼ା ୨୦, ଅଲିପ୍ସା ବିଶ୍ବାଳ ୧୫ରନ କରିଥିବା ବେଳେ ଗାୟତ୍ରୀ ଖୁଣ୍ଟିଆ ୩ଟି, ସୁଚିସ୍ମିତା ପଣ୍ଡା ୨ଟି ୱିକେଟ ନେଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories