ନୂଆଦିଲ୍ଲୀ: କ୍ରୀଡ଼ା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ -୨୦୨୪ ଆଜି ଶେଷ ହେବ। ଏଥି ସହିତ ଗତ ଜୁଲାଇ ୨୬ରୁ ଚାଲିଥିବା ଏହି କ୍ରୀଡ଼ା ମହୋତ୍ସବର ଯବନିକା ପଡ଼ିବ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣରେ ୨୦୬ ଦେଶର ୧୦୭୦୦ ପ୍ରତିଯୋଗୀ ୩୨ଟି କ୍ରୀଡ଼ା, ୩୪ଟି କ୍ରୀଡ଼ାଙ୍ଗନରେ ୩୨୯ଟି ପଦକ ଜିତିବା ନେଇ ପ୍ରତିଯୋଗିତାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଉକ୍ତ କ୍ରୀଡ଼ା ମହାକୁମ୍ଭରେ ଭାରତରୁ ୧୧୭ଜଣ ଖେଳାଳି ୧୬ ଗୋଟି କ୍ରୀଡ଼ାରେ ୬୯ଟି ପଦକ ଲାଗି ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେଥିମଧ୍ୟରୁ ଭାରତ ଏବେ ସୁଦ୍ଧା ୫ଟି କାଂସ୍ୟ ଓ ଗୋଟିଏ ରୌପ୍ୟ ସହ ୬ଟି ପଦକ ଜିତିଛି।
Popular Categories



