Patra electronics

ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସରେ ଚିତ୍ରକୋଣ୍ଡା ବିଧାୟକଙ୍କ ବୃକ୍ଷରୋପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ଜବାଗଡ଼ ଗ୍ରାମରେ ଥିବା ରାଧାକୃଷ ମନ୍ଦିର ପରିସରରେ ଆଜି ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ଯୁବ କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇ ଯୁବକ ମାନେ ସବୁ କ୍ଷେତ୍ରରେ କିପରି ଭାବେ ଆଗକୁ ବଢ଼ିବା ସହ ଆଜି ଦିନର ମହତ୍ଵ ସମ୍ବନ୍ଧରେ ନିଜର କର୍ମୀମାନଙ୍କୁ ବୁଝାଇଥିଲେ।
ଏଥିସହ ଯୁବ କଂଗ୍ରେସ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାରେ କିପରି ଆହୁରି ସୁଦୃଢ ହେବ ସେନେଇ ଆଲୋକପାତ କରିଥିଲେ। ପରେ ନିଜେ ବିଧାୟକ ବୃକ୍ଷ ରୋପଣ କରିବା ସହ ଉପସ୍ଥିତ ଥିବା ଯୁବ କଂଗ୍ରେସର କର୍ମୀମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଇଥିଲେ। ଏହି ଅବସରରେ ପାଖାପାଖି ୪୦ ରୁ ଉର୍ଦ୍ଧ୍ବ ଆମ୍ବ, ପଣସ, ଅଁଳା ଆଦି ବୃକ୍ଷରୋପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ସମେତ ଯୁବ କଂଗ୍ରେସ ନେତା ଇସାକ ଖୋସଲା, ସମିତି ସଭ୍ୟ ଲଇଚନ ସୀସା, ଅଶ୍ୱିନୀ ପଟ୍ଟନାୟକ, ମୁକୁନ୍ଦ ଦଳପତି, ସୁରେନ୍ଦ୍ର ଦଳପତି, କେଶବ ପ୍ରଧାନୀ, ମଦନ ଦଳପତି, ସମାରୀ ଦଳପତି, ଭୀମସେନ ଖେମୁଣ୍ଡୁ, ବିଶ୍ୱଜିତ ଦେୱାନ, ହିମାଂଶୁ ବରାଡଙ୍କ ସମେତ ଅନ୍ୟ ଯୁବ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

ଭିଡିଓରେ ଦେଖନ୍ତୁ ; ବୁର୍ଜ ଖଲିଫାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ..

Comments are closed.