www.samajalive.in
Monday, December 15, 2025
14.1 C
Bhubaneswar

ତୁଷୁରାରେ ଏନଏସି ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଗୁଡଭେଲା : ତୁଷୁରା ଏନଏସି ସଭାଗୃହ ପରିସରରେ ଏନ୍ଏସି ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ଵାଲଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଗାମୀ ୧୫ ତାରିଖରେ ହେବାକୁ ଥିବା ୭୮ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳନ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ଦିବସ ପରିଚାଳନା ପାଇଁ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ ସମସ୍ତ ସ୍କୁଲ ସ୍ତରରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାକୁ ନେଇ ଆଲୋଚନା କରାଯାଇଥିଲା। ଏହି ବୈଠକରେ ତୁଷୁରା ଏନ୍ଏସି ଇଓ ଚିନ୍ମୟ ଆଚାର୍ଯ୍ୟ, ଉପାଧ୍ୟକ୍ଷା ମାମୀ ଦାସ, କାଉନସିଲର ମିତାଲି ସାହୁ, ବବିତା ସାହୁ, ଜିତେନ୍ଦ୍ର ମହାପାତ୍ର, ଅମିତ ଜୈନ, ପୁଲିସ ପକ୍ଷରୁ ଏଏସ ଆଇ ଯଶୋବନ୍ତ ସେଠ, ଅବକାରୀ ବିଭାଗ ଏଏସଆଇ ଡୁଲେଶ୍ଵର କୁମରା ତଥା ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ। ଶେଷରେ ତୁଷୁରା ସାଂସଦ ପ୍ରତିନିଧି ରୁଣୁ ଗୋପାଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories