www.samajalive.in
Wednesday, December 10, 2025
16.1 C
Bhubaneswar

୮ରୁ ପୁଣି ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ : ୧୨ ଦଫା ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ଚଳିତମାସ ୮ରୁ ଦୁଇ ଦିନ ଧରି ଦେଶବ୍ୟାପୀ ଧର୍ମଘଟ କରିବାକୁ ଯାଉଛନ୍ତି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ, ଅନାଦାୟ ଋଣ ଆଦାୟ ଏବଂ ଆଉଟ୍‍ସୋର୍ସିଂ ବନ୍ଦ କରିବା ଭଳି କେତେକ ପ୍ରମୁଖ ଦାବି ନେଇ କର୍ମଚାରୀମାନେ ଏହି ଧର୍ମଘଟ କରିବେ। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ବେଫି) ଡାକରାରେ ଏହି ଧର୍ମଘଟ କରାଯିବ। ସୂଚନାଯୋଗ୍ୟ ଡିସେମ୍ବର ୨୧ରେ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ (ଏଆଇବିଓସି) ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ କରାଯାଇଥିଲା। ଏହାପରେ ଡିସେମ୍ବର ୨୬ରେ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କୁ ନେଇ ଗଠିତ ସଂଘ ୟୁନାଇଟେଡ୍‍ ଫୋରମ୍‍ ଅଫ୍‍ ବ୍ୟାଙ୍କ ୟୁନିଅନ୍‍ (ୟୁଏଫ୍‍ବିୟୁ) ପକ୍ଷରୁ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଧର୍ମଘଟ କରାଯାଇଥିଲା।

ଏ ସମ୍ପର୍କରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଓଡ଼ିଶା ଶାଖା ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ କୁହନ୍ତି, ଆମେ ବ୍ୟାଙ୍କ ଅଫ୍‍ ବରୋଦା (ବିଓବି), ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର ମିଶ୍ରଣକୁ ତୀବ୍ର ବିରୋଧ କରୁଛୁ। ଏହି ଦୁଇ ଦିନିଆ ଧର୍ମଘଟରେ ଏଆଇବିଇଏର ରାଜ୍ୟରେ ଥିବା ୭୦୦୦ ସଦସ୍ୟ ଅଂଶଗ୍ରହଣ କରିବେ। ଏହି ଦିନ ଆମେ ପିକେଟିଂ କରି ବ୍ୟାଙ୍କ ଶାଖାଗୁଡିକୁ ବନ୍ଦ କରିବୁ। ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ରାୟ କହିଛନ୍ତି ଯେ, ଚଳିତମାସ ୮ ଏବଂ ୯ର ଧର୍ମଘଟରେ ଆମର ୬୦୦୦ରୁ ଅଧିକ ସଦସ୍ୟ ସାମିଲ ହେବେ। ଉପରୋକ୍ତ ସବୁ ଦାବି ବ୍ୟତୀତ ଆମେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ଏବଂ ସର୍ବନିମ୍ନ ବେତନ ନିର୍ଦ୍ଧାରଣ ଭଳି ଦାବି ରଖିଛୁ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories