www.samajalive.in
Wednesday, December 10, 2025
16.1 C
Bhubaneswar

‘ଅଭିନେତ୍ରୀ ନିକିତାଙ୍କୁ ସ୍ୱାମୀ କରିଛନ୍ତି ହତ୍ୟା, ଶାଶୁ ଦେଉଥିଲେ ନିର୍ଯ୍ୟାତନା ‘

କଟକ . – ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ସନାତନ ବେହେରା ଅଭିଯୋଗ କରିଛନ୍ତି । ଏ ନେଇ ସେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ ତାଙ୍କ ସ୍ୱାମୀ ଲିପନ୍‌ ସାହୁଙ୍କୁ  ଥାନାରେ ଅଟକ ରଖିଛି । ଶନିବାର ରାତିରେ ନିକିତା ଓ ତାଙ୍କ ସ୍ୱାମୀ ଲିପନ୍‌ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଲିପନ୍‌ , ନିକିତାଙ୍କୁ ଛାତ ଉପରକୁ ଡାକି ନେଇଥିଲେ । ପରେ ନିକିତାଙ୍କ ଚିତ୍କାର ଶୁଣାଇଯାଇଥିଲା ବୋଲି  ସନାତନ ବେହେରା ଅଭିଯୋଗ କରିଛନ୍ତି। ଲିପୁନ ତାଙ୍କ ଝିଅକୁ ଛାତରୁ ଠେଲି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଶାଶୁ ମଧ୍ୟ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଶନିବାରରେ  ଓଡ଼ିଆ ଆଲବମ୍, ଧାରାବାହିକ ଓ ଚଳଚ୍ଚିତ୍ର ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ପରଲୋକ ହୋଇଥିଲା  । କଟକର ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ମହାନଦୀ ବିହାରରେ ଥିବା ତାଙ୍କ ଘରର ଛାତରୁ ଖସିପଡିଥିବା ଅଭିଯୋଗ ହୋଇଥିଲା । ଏହାପରେ ପ୍ରଥମେ ତାଙ୍କୁ ମହାନଦୀ ବିହାର ସ୍ଥିତ ଏକ  ଘରୋଇ  ଡାକ୍ତରଖନା  ପରେ ଏସ୍‌ସିବି ମେଡାକାଲ ଓ ପରେ ସିଡିଏରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା । ରବିବାରରେ  ତାଙ୍କର ମୃତ୍ୟୁ ହୋଇଥିଲା ।  ଶବବ୍ୟଚ୍ଛେଦ ରିପୋର୍ଟରେ ମୁଣ୍ଡ ଓ ଶରୀରରେ ଆଘାତକାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।

- Advertisement -

 

ଅନେକ ଓଡିଆ ଆଲବମ ଓ ଧାରାବାହିକରେ ନିକିତା ଅଭିନୟ କରିଛନ୍ତି । ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମିତ ବସିଛି ମୁଁ ଭୂତ ସାଥୀରେ’, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଚୋରି ଚୋରି’, ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମଥାରେ ଦେଇ ପାଟ ଓଢ଼ଣୀ’ , ନିଶିକାନ୍ତ ଦଳ ବେହେରାଙ୍କ ନିର୍ଦେଶିତ ‘ମୁଁ’ ଏବଂ ସୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ଆଦି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ତାଙ୍କ ଅଭିନୀତ ଶେଷ ସିନେମା ଥିଲା ‘ଗୁଣ୍ଡା’ । ଏହା ପରେ ଓଡ଼ିଆ ଧାରାବାହିକ ‘ଏସ୍‌ସିପି ନିକିତା’ ଜରିଆରେ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିପରି ‘ତପସ୍ୟା’ ଧାରାବାହିକରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ସେ ଗତ ଦୁଇ ବର୍ଷ ପୂର୍ବେ ଲିପନ୍‌ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଶିଶୁପୁତ୍ର ରହିଛି ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories