www.samajalive.in
Wednesday, December 10, 2025
23.1 C
Bhubaneswar

ମୋଦୀଙ୍କୁ ସମର୍ଥନ ସତ୍ତ୍ବେ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଜେଡିୟୁ

ପାଟନା : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ନରେନ୍ଦ୍ର ମୋଦୀଙ୍କୁ ବିଜେପି ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଛି। ଏପରି କି ୨୦୧୯ ଲୋକସଭା ନିର୍ବାଚନକୁ ମୋଦୀଙ୍କ ନେତୃତ୍ବରେ ବିଜେପି ଓ ଏହାର ସହଯୋଗୀ ଏନଡିଏ ଅଂଶୀଦାରଗୁଡିକ ଲଢିବେ। ମୋଦୀଙ୍କ ନେତୃତ୍ବକୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଂଶୀଦାର ଜେଡିୟୁ ଗ୍ରହଣ କରିଥିଲେ ମଧ୍ୟ ଏହା ଉପରେ ଭିନ୍ନ ପ୍ରତିକ୍ରିୟା ରଖିଛି। ରବିବାର ଜେଡିୟୁ ମୁଖପାତ୍ର ରାଜୀବ ରଞ୍ଜନ କହିଛନ୍ତି ଯେ ମୋଦୀ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ଏହା ସତ୍ତ୍ବେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ସେ କହିଛନ୍ତି ନୀତୀଶଙ୍କ ରାଜନୈତିକ କ୍ୟାରିୟର ଦେଶ ପାଇଁ ଏକ ଉଦାହରଣ। ନୀତୀଶଙ୍କ ନେତୃତ୍ବରେ ବିହାରରେ ବିକାଶ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତେଣୁ ଏନଡିଏ ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ମଧ୍ୟ ନୀତୀଶ ମଧ୍ୟ ଏହି ପଦ ଲାଗି ଅନ୍ୟତମ ଦାବିଦାର।
ଜେଡିୟୁର ଏପରି ଦାବିକୁ ବିଜେପି ଖଣ୍ଡନ କରିଛି। ବିଜେପି ସାଂସଦ ସିପି ଠାକୁର କହିଛନ୍ତି ପ୍ରଧାନମନ୍ତ୍ରୀ ପଦକୁ ନେଇ ବିହାରରେ କୌଣସି ପ୍ରକାର ବିତର୍କ ହେବାର ଆବଶ୍ୟକତା ନାହିଁ। ନୀତୀଶ କୁମାର ନିଜେ ମୋଦୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବକୁ ଅନୁମୋଦନ କରିଛନ୍ତି। ବିହାରରେ ଜେଡିୟୁ-ବିଜେପି ମେଣ୍ଟ ଚୂଡାନ୍ତ ହୋଇଥିବାବେଳେ ନୀତୀଶ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ମୋଦୀଙ୍କ ନାମକୁ ଅନୁମୋଦନ କରିଛନ୍ତି। ଅନ୍ୟପଟେ ଜେଡିୟୁର କଥାକୁ ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ନେତା ପ୍ରେମଚାନ୍ଦ ମିଶ୍ର କହିଛନ୍ତି ଯେ ଜେଡିୟୁ ମହାମେଣ୍ଟରୁ ଓହରି ବଡ ଭୁଲ୍ କରିଛି। ଜେଡିୟୁ ମହାମେଣ୍ଟରେ ଥିବାବେଳେ ନୀତୀଶଙ୍କ ନାମକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଚାର କରାଯାଉଥିଲା। ମିଶ୍ର କହିଛନ୍ତି ଏବେ ବିହାର ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।
ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବକୁ ନେଇ ପ୍ରଥମ ଚର୍ଚ୍ଚା ଆରମ୍ଭ କରିଥିଲେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ। ଶନିବାର ଦିଲ୍ଲୀପ କହିଥିଲେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ପ୍ରଥମ ବଙ୍ଗାଳୀ ପ୍ରଧାନମନ୍ତ୍ରୀ ହେବାର ଅନେକ ସମ୍ଭାବନା ରହିଛି। ଦିଲ୍ଲୀପଙ୍କ ଏପରି ମନ୍ତବ୍ୟକୁ ନେଇ ବିଜେପି ସାଧାରଣରେ ନିନ୍ଦିତ ହୋଇଥିବାବେଳେ ସେ ତାଙ୍କ ମତ ବଦଳାଇଛନ୍ତି। ରବିବାର ଦିଲ୍ଲୀପ କହିଛନ୍ତି ମମତା ଦେଶର ପ୍ରଧାନମନ୍ତ୍ରୀ ହେବାର କୌଣସି ସମ୍ଭାବନା ନାହିଁ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories