www.samajalive.in
Saturday, December 6, 2025
17.1 C
Bhubaneswar

ଆପଣ ହାରି ନାହାନ୍ତି, ହରାଇ ଦିଆଯାଇଛି: ବଜରଙ୍ଗ ପୁନିଆ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋ ମହିଳା କୁସ୍ତି ବର୍ଗରେ ଫାଇନାଲ ମୁକାବିଲା ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଗୁରୁବାର ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ସମସ୍ତଙ୍କୁ ଚମକାଇଲା ଭଳି ନିଷ୍ପତ୍ତି ନେଇ ସନ୍ନ୍ୟାସ ଘୋଷଣା କରିଛନ୍ତି। ୧୦୦ ଗ୍ରାମ ଅଧିକ ଓଜନ ପାଇଁ ବୁଧବାର ତାଙ୍କୁ ଫାଇନାଲରୁ ବାହାର କରିଦିଆଯାଇଥିଲା। ଏହି ଘଟଣା ସଂକ୍ରାନ୍ତରେ ଏବେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ସେ ଦୃଢତାର ସହ କହିଛନ୍ତି ଯେ, ବିନେଶ ହାରି ନାହାନ୍ତି, ତାଙ୍କୁ ହରାଇ ଦିଆଯାଇଛି।

ଟୋକିଓ ଅଲିମ୍ପିକ୍ସ ୨୦୨୦ର କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଗୁରୁବାର ଏକ୍ସରେ ବିନେଶଙ୍କୁ ସମର୍ଥନ ପୂର୍ବକ ଏକ ବଡ଼ ଦାବି କରିଛନ୍ତି। ସେ ଲେଖିଛନ୍ତି, ‘‘ବିନେଶ ଆପଣ ହାରି ନାହାନ୍ତି ହରାଇ ଦିଆଯାଇଛି। ଆପଣ ସର୍ବଦା ଆମ ପାଇଁ ବିଜେତା ହିଁ ରହିବେ। ଆପଣ କେବଳ ଭାରତର ଝିଅ ନୁହେଁ ଭାରତର ଗର୍ବ ମଧ୍ୟ।’’

- Advertisement -

ସୂଚନାଯୋଗ୍ୟ, ପ୍ୟାରିସ୍‌ ଅଲିମ୍ପିକ୍ସରୁ ନିରାଶ ହେବାପରେ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିନେଶ ଫୋଗତ। ଗୁରୁବାର ସକାଳେ ଟ୍ବିଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ବିନେଶ କହିଛନ୍ତି, କୁସ୍ତି ଜିତିଗଲା, ମୁଁ ହାରିଗଲି। ଏକ୍ସ ମାଧ୍ୟମରେ ସେ ତାଙ୍କ ମାଆଙ୍କୁ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, ‘‘କ୍ଷମା କରିବ ମାଆ, କୁସ୍ତି ମୋଠାରୁ ଜିତିଗଲା ମୁଁ ହାରିଗଲି। ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗି ଯାଇଛି। ମୋର ଏହାଠାରୁ ଅଧିକ ଶକ୍ତି ନାହିଁ। ବିଦାୟ କୁସ୍ତି ୨୦୦୧-୨୦୨୪। ଆପଣ ସମସ୍ତଙ୍କ ପାଖରେ ଋଣୀ, କ୍ଷମା କରିବେ।’’

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories