ମହିଳା ମାନଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି: ଗୁରୁବାର ରାଶିଫଳ
ମେଷ: ବିଦ୍ୟା ପ୍ରତିଯୋଗିତାମୂଳକ ହୋଇପାରେ; ମାତ୍ର ବିନୟ ଭାବ ନ ରହିଲେ ମୂଲ୍ୟହୀନ ହେବ। ଯଜ୍ଞ, ଦାନ, ତପ ଏହି ତିନିଟି କର୍ମ ବୁଦ୍ଧିମାନ୍କୁ ପବିତ୍ର କରେ ଓ ଶତ୍ରୁତାର ବିନାଶ କରେ।
ବୃଷ: ଦୈବୀ ଶକ୍ତିସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବ ଅନୁଭବ କରିବେ। ସତ୍ୟ ଧର୍ମ ପରାୟଣ ହୋଇପାରନ୍ତି। ସ୍ବୟଂସିଦ୍ଧ ହେବେ। ଅନନ୍ୟ ପ୍ରତିଭାସମ୍ପନ୍ନ ହେବେ। ‘ସତ୍ୟଂ ବଦ, ଧର୍ମଂ ଚର’ ନୀତିକୁ ଆପଣେଇ ନେବେ।
ମିଥୁନ: ଉଦାର ଚେତା, ଉଦାରଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ମହତ୍ ପ୍ରୟାସୀ ହେବେ। କୃଷି କର୍ମକୁ ଆଦରି ନେଇ ଲାଭବାନ୍ ହେବେ।
କର୍କଟ:ଆଧ୍ୟାତ୍ମିକ ଚିନ୍ତନ ଆପଣଙ୍କୁ ବିନୀତ ସ୍ବଭାବସମ୍ପନ୍ନ କରିପାରେ। ପରର ଶୁଭକାମନା ଭଳି ମାନବୋଚିତ୍ତ କାର୍ଯ୍ୟ କରିପାରନ୍ତି। ଈଶ୍ବରୀୟ ବିଭୂତିପ୍ରାପ୍ତ ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ସହୟତା ପ୍ରାପ୍ତ ହେବେ।
ସିଂହ: ମହନୀୟ କର୍ମ ସମୂହ ଆପଣଙ୍କୁ ଶୀର୍ଷାସନ ଦେବ। ତ୍ୟାଗଶୀଳ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରି ସେବା କାର୍ଯ୍ୟରେ ବିନିଯୋଗ କରିପାରନ୍ତି। ସନ୍ମମାର୍ଗୀ ହୋଇ ଅମୃତର ସନ୍ଧାନ ପାଇବେ।
କନ୍ୟା:ନିଜର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଉପହାର ଦ୍ରବ୍ୟକୁ ନିଜେ ଭୋଗ ନ କରି ଉପସ୍ଥିତ ଶୁଭେଚ୍ଛୁମାନଙ୍କୁ ପ୍ରଦାନ କରି ନିଜର ମହାନତା ପ୍ରତିପାଦନ କରିବେ।
ତୁଳା: ‘କେନୋପନିଷଦ’ ବାଣୀ ମୁତାବକ ମନରୁ ବିଦ୍ବେଷ ଭାବ ପରିତ୍ୟାଗ କଲେ ତ୍ରିତାପ ବାଧାବିଘ୍ନରୁ ଊର୍ଦ୍ଧ୍ବରେ ରହି ପରମ ଶାନ୍ତି ପ୍ରାପ୍ତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ ଓ ଜ୍ଞାନୀ ହେବେ।
ବିଛା: ସ୍ବଧ୍ୟାୟ ଚିନ୍ତନ ଓ ମନନ ଆଣିଦିଏ ଶାଶ୍ବତ ଆନନ୍ଦ। ସ୍ବର୍ଣ୍ଣିମ ଦିଗ ପାଇବାକୁ ହେଲେ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ସନ୍ଥଙ୍କ ଉପଦେଶ ଗ୍ରହଣ କରିପାରନ୍ତି। ଭଗବାନ୍ଙ୍କ କୃପାଦୃଷ୍ଟିରୁ ଭଲରେ ଚଳିବେ।
ଧନୁ: ମହାନତା, ତ୍ୟାଗ, ଦୟା, କ୍ଷମା, ପରୋପକାର, ନିରହଙ୍କାର ଭାବ ଆଦି ଦେବୋପମ ଗୁଣାବଳୀର ଆଧାର ହୋଇପାରନ୍ତି। ସ୍ବକୀୟ ଗୁଣକୁ ନେଇ ପୂଜ୍ୟ ହୋଇପାରନ୍ତି। ଆପଣଙ୍କ ଜ୍ଞାନରେ ଅନ୍ୟର ଅନ୍ଧାର ଦୂର ହେବ।
ମକର : ପରିବାର ରୂପୀ ସଂସ୍କାର ଶାଳାକୁ ଉତ୍ତମ ରୂପେ ଅନୁଧ୍ୟାନ କରିବାକୁ ପଡ଼ିବ। ପତ୍ନୀଙ୍କ ଉପଦେଶ ଉପାଦେୟ ହେବ। ଧନ, ଦୌଲତ୍ର ଭରପୂର ରହିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
କୁମ୍ଭ:ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରିବାକୁ ପଡ଼ିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣକରି ପ୍ରଶଂସାର ପାତ୍ର ହେବେ। ଈଶ୍ବର ଭକ୍ତିରେ ବିଲୀନ ହୋଇପାରନ୍ତି। ସୁସ୍ଥ ରହିବେ।
ମୀନ: ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପରନ୍ତି। ସ୍ନେହମୟୀ ଓ ପ୍ରେମମୟୀ ପତ୍ନୀଙ୍କ ଉପାସନାର ପ୍ରତୀକ ହେବେ। ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟ କରି ପାବଚ୍ଛ ଅତିକ୍ରମ କରିବାକୁ ପଡ଼ିବ। ଧାର୍ମିକ ହେବେ।
Comments are closed.