www.samajalive.in
Saturday, December 13, 2025
18.1 C
Bhubaneswar

ସ୍ବାମୀ ଆଖି ସାମ୍ନାରେ ଚାଲିଗଲା ସ୍ତ୍ରୀର ଜୀବନ

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ଟାଙ୍ଗିଣି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ମୋଟର ସାଇକେଲ ଦୁର୍ଘଟଣାରେ ସ୍ଵାମୀ ଙ୍କ ଆଖି ସାମ୍ନାରେ ଚାଲିଯାଇଛି ତାଙ୍କ ସ୍ତ୍ରୀ ଙ୍କ ଜୀବନ। ମିଳିଥିବା ସୂଚନା ଅନୁସାରେ ଜୟପୁର ସେକେଣ୍ଡ ଡେଲି ମାର୍କେଟ ଅଞ୍ଚଳର ଜଗଦୀଶ କୁମାର ନିଜ ମୋଟରସାଇକେଲ ଯୋଗେ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ ଯାଇ ବୁଧବାର ନିଜ ଗାଁ ଜୟପୁରକୁ ଫେରୁଥିଲେ। ହେଲେ ବୁଲାଣି ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଖସିପଡିଥିଲା। ଘଟଣାସ୍ଥଳରେ ସ୍ତ୍ରୀ ଜି.ପ୍ରମିଳା ଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ପଛରେ ଆସୁଥିବା ଅନ୍ୟ ସମ୍ପର୍କୀୟ ଘଟଣାସ୍ଥଳରୁ ପ୍ରମିଳା ଏବଂ ଦୁଇ ସନ୍ତାନ ଓ ସ୍ବାମୀ ଜଗଦୀଶ କୁମାରଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ରାତି ହୋଇଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ଖବର ପାଇ ସ୍ଥାନୀୟ ପୋଲିସ ଏଏସ୍‌ ଆଇ ନରସିଂହ ଦୋରା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ର  ତଦନ୍ତ ଆରମ୍ଭ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories