www.samajalive.in
Sunday, November 16, 2025
15.1 C
Bhubaneswar

ବିଦ୍ୟାଳୟ ଛାତରୁ ଝରୁଛି ପାଣି, ବର୍ଷା ହେଲେ ପଢ଼ା ବାଧାପ୍ରାପ୍ତ

ରେଙ୍ଗାଲିକ୍ୟାମ୍ପ: ଶତାୟୁ ବିଦ୍ୟାଳୟ। ହେଲେ ଭିତ୍ତିଭୂମି ଦୁର୍ବଳ। ବର୍ଷା ହେଲେ ଛାତରୁ ଝରୁଛି ପାଣି। ବାହାରୁ ଶ୍ରେଣୀଗୃହକୁ ପଶିଆସୁଛି ବର୍ଷା ଜଳ। ବର୍ଷା ଦିନେ ଏମିତି ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ। ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏଭଳି ପରିସ୍ଥିତି ଉପୁଜିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତର ଟୋପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

୧୯୦୦ ମସିହାରେ ଏହି ବିଦ୍ୟାଳୟ ସ୍ଥାପିନ ହୋଇଥିଲା। ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨୨ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ୧୫୪ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ୨ଦିନ ଧରି ଲଗାଣ ବର୍ଷା ଯୋଗୁ ଶ୍ରେଣୀଗୃହଗୁଡ଼ିକରେ ପାଣି ଜମି ରହି ପାଠ ପଢା ଠପ୍ ହୋଇଗଲା। ପିଲାମାନେ ପାଣି ରୁ ବର୍ତ୍ତିବା ପାଇଁ ନିଜେ ଡବା ବାଲଟି ଧରି ପାଣିକୁ ନିଷ୍କାସିତ କରୁଥିବା ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ୮ଟି ଶ୍ରେଣୀଗୃହ ମଧ୍ୟରୁ ୨ଟି ଆଜବେଷ୍ଟସ, ଯାହା ଅବ୍ୟବହୃତ ଅବସ୍ଥାରେ ରହିଥିବା ବେଳେ ଅନ୍ୟ ୬ଟି ଅବସ୍ଥା ସମ୍ପୂର୍ଣ୍ଣ ଖରାପ। କେଉଁଠି ପାଣି ଝରୁଛି ତ ଆଉ କେଉଁଠି ଅତଡା ଖସି ପିଲାଙ୍କ ପାଇଁ କାଳ ହେଉଛି । କେତେବେଳେ ଯେ କେଉଁ ଅଘଟଣ ନ ଘଟିବ ତାହା କହିବା କଷ୍ଟକର। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ଟୋପ ୫-ଟି ହାଇସ୍କୁଲକୁ ଆସି ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହେଲେ ସ୍କୁଲକୁ ଲାଗି ରହିଥିବା ଏହି ଜରାଜୀର୍ଣ୍ଣ ଓ ଅବହେଳିତ ଶତାୟୁ ଟୋପ ଉଚ୍ଚ ପ୍ରାଥମିକ ସ୍କୁଲକୁ ଆଡ ଆଖିରେ ମଧ୍ୟ ଦେଖି ନ ଥିବା ଅଭିଭାବକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଯେଉଁଠି ପିଲାଙ୍କ ଭବିଷ୍ୟତ ଗଢା, ସେହି ସ୍କୁଲ କୁ ମାନ୍ୟବର ରାଜସ୍ବ ମନ୍ତ୍ରୀ ଦୃଷ୍ଟି ନ ଦେଇ ଚାଲିଯିବା ଦୁର୍ଭାଗ୍ୟ ର ବିଷୟ ବୋଲି ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି। କେବଳ ୨ଟି କୋଠରୀ ଉପଯୋଗୀ ହୋଇଥିଲେ ହେଁ ସେଥିରୁ ମଧ୍ୟ ପାଣି ଥପ ଥପ ପଡୁଛି।

- Advertisement -

ଗତ ଜୁଲାଇ ୨୯ରେ ଗାଁର ଜଣେ ସହୃଦୟ ମହିଳା ତୁଳା ବତୀ ବିକ୍ରୟ କରି ନିଜ ପେଟ ପାଇଁ ସଞ୍ଚୟ କରି ରଖିଥିବା ୨୦ହଜାର ଦୁଇ ଶହ ଟଙ୍କା ସ୍କୁଲ ମରାମତି ପାଇଁ ଦାନ କରି ସରକାରଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପିଲାଙ୍କ ବସିବା ପାଇଁ ସ୍ଥିତି ଅନୁକୂଳ ହେଉ ନ ଥିବାରୁ ଗ୍ରାମବାସୀ ନିଜେ ଅଣ୍ଟା ଭିଡ଼ି ପିଲାଙ୍କ ପାଇଁ ୩ଲକ୍ଷ ଟଙ୍କା ମୋ ସ୍କୁଲ ଅଭିଯାନରେ ପକାଇ ଥିବା ଜଣାପଡିଛି। ସେହି ଟଙ୍କା ବୃଦ୍ଧି ହୋଇ ଆସିଲେ ସେଥିରେ ସ୍କୁଲର କିଛିଟା ସୁଧାର ଆସିପାରେ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି। ସେହିପରି ଶିକ୍ଷାଦାନ ପାଇଁ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ସ୍ଥଳେ ମୋଟ୍ ୬ଜଣ ରହିଥିବା ଫଳରେ ପାଠ ପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି। ତେଣୁ ଶିକ୍ଷକ ପଦବୀ ପୂରଣର ବି ଆବଶ୍ୟକତା ରହିଛି। ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories