www.samajalive.in
Monday, December 15, 2025
27.1 C
Bhubaneswar

ଶାହାରୁଖଙ୍କ ସହ ନଜର ଆସିବେ ଦଙ୍ଗଲ ଗାର୍ଲ

ମୁମ୍ବଇ : ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ ‘ସାଲ୍ୟୁଟ୍‍’ରେ ଶାହାରୁଖଙ୍କ ବିପକ୍ଷରେ ନାୟିକାଙ୍କ ସନ୍ଧାନ ଜାରି ରହିଛି। ତାଜାଖବର ଅନୁସାରେ, ଦଙ୍ଗଲ ଗାର୍ଲ ଫାତିମା ସନା ଶେଖଙ୍କୁ ଏହି ଚଳଚ୍ଚିତ୍ରର ନାୟିକା ଭାବେ ମନୋନୀତ କରାଯାଇଛି। ଚଳଚ୍ଚିତ୍ରର ସୁଟିଂ ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେବ।

ସୂଚନା ଅନୁସାରେ, ଚଳଚ୍ଚିତ୍ର ନିର୍ମାତାଙ୍କୁ ଫାତିମାଙ୍କ କାମ ବହୁତ ଭଲ ଲାଗିଛି ଓ ତାଙ୍କୁ ଶାହାରୁଖଙ୍କ ବିପକ୍ଷରେ ନାୟିକା ଭାବେ ନେବା ପାଇଁ ବିଚାର କରାଯାଇଛି। ଏହି ଭୂମିକା ପାଇଁ ବହୁ ଅଭିନେତ୍ରୀଙ୍କ ନାମ ଶୁଣିବାକୁ ମିଳୁଥିବା ବେଳେ ଫାତିମା ଏଥିପାଇଁ ପ୍ରକୃତରେ ଉପଯୁକ୍ତ ବୋଲି କୁହାଯାଉଛି।

- Advertisement -

ନିକଟରେ ଏକ ସାକ୍ଷାତକାରରେ ଫାତିମା କହିଥିଲେ ଯେ, ସେ ସୁପରଷ୍ଟାର ଶାହାରୁଖ ଖାନଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ, ଯେତେବେଳେ ଶାହାରୁଖ ତାଙ୍କ ଆଖପାଖରେ ଥାଆନ୍ତି ସେତେବେଳେ ସେ ଭୟଭୀତ ହୋଇଯାଆନ୍ତି। ସେ ଶାହାରୁଖଙ୍କର ଜଣେ ବଡ଼ ପ୍ରଶଂସକ ଓ ବହୁତ ଦିନ ଧରି ତାଙ୍କ ସହ କାମ କରିବାକୁ ଆଗ୍ରହୀ। ଫାତିମାଙ୍କ ପୂର୍ବ ଚଳଚ୍ଚିତ୍ର ଥିଲା ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ୍‍’, ଯେଉଁଥିରେ ତାଙ୍କୁ ଅମିର ଖାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ୍‍ ପସନ୍ଦ ମଧ୍ୟ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories