www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସ୍ ପିସ୍ତଲରୁ ଗୁଳି: ଦୁଇ ଅଟକ

ସୋନପୁର/ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲରେ ଅଭାବନୀୟ ଘଟଣା ଘଟିଛି। ପୁଲିସ୍‌ ସର୍ଭିସ୍‌‌ ପିସ୍ତଲରୁ ଗୁଳି ଫୁଟି ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି। ଉଭୟ ଅଭିଯୁକ୍ତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ମଙ୍ଗଳବାର ପୁଲିସ୍ ପିସ୍ତଲରୁ ଅତି ରହସ୍ୟଜନକ ଭାବେ ଗୁଳି ଫୁଟି ଦୁଇ ଜଣଙ୍କର ପ୍ରାଣହାନୀ ହୋଇଥିଲା। ମୃତକ ଦୁଇ ଜଣ ହେଉଛନ୍ତି ମନୋଜ ଝାଙ୍କର ଏବଂ ସହଦେବ ଝାଙ୍କର। ଉଭୟ ସମ୍ପକୀୟ ଭାଈ। ଏବଂ ଏମାନଙ୍କ ଘର ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁରେ ବୋଲି ଜଣାପଡିଛି। ଖୋଲା ପଡିଆରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା। ମୃତଦେହ ନିକଟରୁ ପୁଲିସ୍ ସର୍ଭିସ୍ ପିସ୍ତଲ ମିଳିଥିବାବେଳେ ମୃତ ପୁଲିସ୍ କନେଷ୍ଟବଳ ଜଣକ ପିଏସଓ ଥିବାର ସୂଚନା ମିଳିଛି। ଦୁଇ ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି। ଏବଂ ଦୁଇ ଜଣଙ୍କୁ କିଏ ଏବଂ କାହିଁକି ଗୁଳି କଲା, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories