www.samajalive.in
Saturday, December 13, 2025
27.1 C
Bhubaneswar

କନ୍ଧମାଳ ଜିଲାରେ ମହାପ୍ରୟାଣ ଗାଡ଼ି ବଦଳରେ ବ୍ୟବହାର ହେବ ୧୦୮ ଆମ୍ବୁଲାନ୍ସ

ଫୁଲବାଣୀ:ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଗତ ଜିଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟି ବୈଠକର ବିବରଣୀ ସମ୍ପର୍କରେ ଆଲୋଚନା କରିବା ସହିତ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ କରାଯାଇଥିଲା।

ଫୁଲବାଣୀ ପୌରପରିଷଦର ମହାପ୍ରୟାଣ ଗାଡ଼ି ମରାମତି ବାବଦରେ ବେଶି ଖର୍ଚ୍ଚ ହେଉଥିବାରୁ ୧୦୮ ଆମ୍ବୁଲାନ୍ସକୁ ମହାପ୍ରୟାଣ ଗାଡ଼ି ଭାବେ ବ୍ୟବହାର କରାଯିବ। ଜିଲା ସଦର ମହକୁମା ଚିକିତ୍ସାଳୟର ଜଣେ ଗାଡ଼ି ଚାଳକଙ୍କୁ ସେହି ଗାଡ଼ି ପାଇଁ ଅବସ୍ଥାପିତ କରାଯିବ। ସେଥିପାଇଁ ଆବଶ୍ୟକ ଖର୍ଚ୍ଚ ଜିଲାପାଳଙ୍କ ଅନୁମୋଦନ କ୍ରମେ ରେଡକ୍ରସ ପାଣ୍ଠିରୁ ଭରଣା କରାଯିବ। ଜିଲା ସଦର ମହକୁମା ନିକଟରେ କାର୍ଯ୍ୟ କରୁଥିବା ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଜନସ୍ୱାର୍ଥ ପାଇଁ ଆଭ୍ୟନ୍ତରୀଣ ଅଞ୍ଝଳକୁ ସ୍ଥାନାନ୍ତର କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟ/ଉପଖଣ୍ଡ ଚିକିତ୍ସାଳୟ ପାଇଁ ହେଲ୍ପ ଡେସ୍କ ସେବା ଏବଂ ହସ୍ପିଟାଲ ଡାଏଟ୍ ସର୍ଭିସ୍ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି।

- Advertisement -

ସେହିପରି, ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ହାର, ମାତୃ ଓ ଶିଶୁ ମୃତ୍ୟୁ ହାର, ନବଜାତ ଶିଶୁ ମୃତ୍ୟୁ ହାର, ପୃଷ୍ଟକର ଥଇଥାନ କେନ୍ଦ୍ର, ଶୂନ ରୁ ୬ ବର୍ଷ ବୟସର ଶିଶୁ ଲିଙ୍ଗ ଅନୁପାତ ଉପରେ ଆଲୋଚନା କରାଯାଇଥିଲା। କେଉଁ ସି.ଏଚ୍.ସି.ରେ ଏକ୍ସ-ରେ କରାଯାଉନାହିଁ ଏବଂ କ’ଣ ପାଇଁ କରାଯାଉନାହିଁ ଜିଲ୍ଲାପାଳ ପଚାରି ବୁଝିଥିଲେ। ଉକ୍ତ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଭାଗର ଚିକିତ୍ସା ଅଧିକାରୀ, ଜିଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ, ଜିଲା ହୋମିଓପାଥି ଚିକିତ୍ସା ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରମ୍ୟ ଜଳ ଯୋଗାଣ ଓ ପରିମଳ ଏବଂ ରାସ୍ତା ଓ କୋଠାବାଡ଼ି, ଜିଲା ଶିକ୍ଷା ଅଧିକାରୀ, ଜିଲା ପଞ୍ଝାୟତ ଅଧିକାରୀ, ନିର୍ବାହୀ ଅଧିକାରୀ, ଫୁଲବାଣୀ ପୌରପରିଷଦ, ଜିଲା ସଦର ମହକୁମା ଚିକିତ୍ସାଳୟର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories