www.samajalive.in
Saturday, December 13, 2025
27.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟରେ ସ୍ପେକ୍ଟ୍ରୋମେଟ୍ରି ଓ ଭୂ-କାଳାନୁକ୍ରମ କର୍ମଶାଳା 

କେନ୍ଦୁଝରଗଡ:ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଆନ୍ତଃ ବିଶ୍ୱବିଦ୍ୟାଳୟ ଗତିବର୍ଦ୍ଧକ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ପେକ୍ଟ୍ରୋମେଟ୍ରି ଓ ଭୁ-କାଳାନୁକ୍ରମ ସମ୍ପର୍କିିତ କର୍ମଶାଳା ସୋମବାର ବିଶ୍ୱବିଦ୍ୟାଳୟ ଉତ୍ତର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ପ୍ରତିନିଧିତ୍ୱ କରୁଥିବା ବୈଜ୍ଞାନିକ ଡ. ରଜବୀର ସିଂ ଓ ରାମଚରଣ ମୀନା, ରସାୟନ, ଭୂତତ୍ତ୍ୱ ଓ ପଦାର୍ଥବିଜ୍ଞାନ ଉପରେ ଅଧିକ ପ୍ରାଧାନ୍ୟ ଦେବା ସହିତ ଭୂର୍ଗରେ ଥିବା ବିଭିନ୍ନ ଶିଳା, ଜୀବାଶ୍ମ ଆଦିର ସମୟ ଓ ଆୟୁଷ ମାପିବା ପାଇଁ ସ୍ପେକ୍ଟ୍ରୋମେଟ୍ରିର ଉପାକଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦୁଝର ଭଳି ଏକ ଖଣିଜ ସମୃଦ୍ଧ ଜିଲାରେ ଏହାର ବ୍ୟବହାର ଅଧିକ ଉପାଦେୟ ଉପାଦେୟ ହେବାସହ ଗବେଷଣାରେ ସହାୟକ ହୋଇପାରିବ ବୋଲି ଉଭୟ ବୈଜ୍ଞାନିକ ମତବ୍ୟକ୍ତ କରିଥିଲେ।

କେନ୍ଦୁଝରର ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କର୍ମଶାଳାର ଆୟୋଜନ ନବଗଠିତ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାକରଣକୁ ଆହୁରି କ୍ରିୟାଶୀଳ କରିବାରେ ଯଥେଷ୍ଟ ସହାୟକ ହେବବୋଲି ଆଶାପୋଷଣ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ପ୍ରତାପ କୁମାର ମହାନ୍ତି ଅଧ୍ୟକ୍ଷତା କରି ସ୍ପେକ୍ଟ୍ରୋମେଟ୍ରିର ବହୁଳ ପ୍ରୟୋଗ ସମ୍ପର୍କରେ ବିଶ୍ଳେଷଣ କରି ବିଶ୍ୱବିଦ୍ୟାଳୟର ଏ ଦିଗରେ ଥିବା ଆବଶ୍ୟକତା ସମ୍ପର୍କରେ ଅବତାରଣା କରିଥିଲେ।

- Advertisement -

ପରେ ପରେ ଦୁୁଇଟି ପର୍ଯ୍ୟାୟରେ ବୈଷୟିକ ଆଲୋଚନା କରିଥିବା ବେଳେ ଆନ୍ତଃ ବିଶ୍ୱବିଦ୍ୟାଳୟ ତ୍ୱରିତ କେନ୍ଦ୍ର ତରଫରୁ ଯୋଗାଇ ଦିିଆଯାଉଥିବା ବିଭିନ୍ନ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ଦୁଇ ସମ୍ବଳ ବିଶେଷଜ୍ଞ। ଧରଣୀଧର ବିଶ୍ୱବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ପ୍ରଭୁପ୍ରସାଦ ଦାସ ଓ ଡ. ଯଶୋବନ୍ତ ନାରାୟଣ ସିଂବାବୁ ଯଥାକ୍ରମେ ଉପକୂଳ ଓଡିଶାର ଭୂତଳ ଜଳସ୍ତର ଓ ଦ୍ରବ୍ୟମାନ ସମ୍ପର୍କରେ ନିବନ୍ଧ ଉପସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ନିର୍ଦ୍ଦେଶକ ଡ.ଶ୍ରୀଧର ସନ୍ୟାସୀ ବୈଷୟିକ ଆଲୋଚନା ପର୍ବରେ ସଭାପତିତ୍ୱ କରିଥିବା ବେଳେ କୁଳସଚିବ ନରେନ୍ଦ୍ର କୁମାର ସାହୁ, ଭୂତତ୍ତ୍ୱ, ରସାୟନ ଓ ପଦାର୍ଥ ବିଜ୍ଞାନ ଆଦି ବିଭିନ୍ନ ବିଭାଗର ମୁଖ୍ୟ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories