www.samajalive.in
Wednesday, December 10, 2025
16.1 C
Bhubaneswar

ପାଣିଘେରରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ

ବୌଦ୍ଧ : ବୌଦ୍ଧଜିଲାରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଳିଆ ଅଂଚଳ ଗୁଡିକରେ ରହୁଥିବା ବସ୍ତି ଗୁଡିକରେ ବର୍ଷା ପାଣି ପ୍ରବେଶ କରିଛି। ଯାହାଫଳରେ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତଳିଆ ଅଂଚଳ ଗୁଡିକରେ ପାଣି ପମ୍ପ ସାହାର୍ଯ୍ୟରେ ବର୍ଷା ପାଣି ନିଷ୍କାସନ କରାଯାଉଛି। ବର୍ଷା ଯୋଗୁଁ ଅନେକ ନାଳ ବଢି ଥିବାବେଳେ ମହାନଦୀର ଜଳସ୍ତର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ଷା ଯୋଗୁଁ ରାମଜାଙ୍ଗି ନାଳରେ ପାଣି ଆସି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଯାହାଫଳରେ ଜଗନ୍ନାଥ ସଡକରେ ଏକ ପ୍ରକାର ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ଲୋକେ କାଲେଶ୍ୱର, ମାଉଲସିଙ୍ଗା ଦେଇ ବୁଟୁପାଲି ରାସ୍ତାରେ ବୌଦ୍ଧ ସହରକୁ ଯିବା ଆସିବା କରୁଛନ୍ତି।

ବୌଦ୍ଧ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟଟି ରାମଜାଙ୍ଗି ନାଳ କଡରେ ରହିଥିବା ବେଳେ ବିଦ୍ୟାଳୟର ପଛ କଡରେ ମହାନଦୀ ସହିତ ମିଶିଛି। ଏଠାରେ ଜଳସେଚନ ବିଭାଗ ପକ୍ଷରୁ ବନ୍ୟା ନିୟନ୍ତ୍ରଣ ପାଇଁ ଆଡିବନ୍ଧ ସହିତ ଦୁଇଟି ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଗେଟ ଦୁଇଟି ଆଗରୁ ଠିକ ଭାବରେ ଖୋଲା ଯାଇନଥିବାରୁ ରାମଜାଙ୍ଗି ନାଳର ପାଣି ମହାନଦୀକୁ ଯାଇନ ପାରି ତୁଡା ମାରିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖକୁ ପାଣି ଆସିଯାଇଛି।

- Advertisement -

ଯାହାଫଳରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟଟି ସଂପୂର୍ଣ୍ଣ ଭାବରେ ପାଣି ଘେରରେ ରହିଛି। ଏହା ସହ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା କର୍ମଜିବୀ ମହିଳା ନିବାସ, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର କାର୍ଯ୍ୟାଳୟ, ଜିଲା ଶିଳ୍ପ କେନ୍ଦ୍ର, ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପାଣି ଘେରରେ ରହିଛି। ପାଣିଘେର ଯୋଗୁଁ ରେଭ୍ୟୁନ୍ୟୁ କଲୋନୀରେ ରହୁଥିବା କର୍ମଚାରୀମାନେ ଏବେ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଯିବା ଆସିବା କରୁଛନ୍ତି। ସେହିପରି ରାମଜାଙ୍ଗି ନାଳର ତୁଡା ପାଣିରେ କାଲେଶ୍ୱର ଗ୍ରାମ ଆଡକୁ ପାଣି ପଶିବା ଆରମ୍ଭ କଲାଣି। ସେହିପରି ଜଗନ୍ନାଥ ସଡକର ହାଟଗାଁ ନିକଟରେ ଥିବା ନାଳରେ ପାଣି ଆସି ଯୋଗାଯୋଗ ବିଛିନ୍ନ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories