www.samajalive.in
Tuesday, December 9, 2025
15.1 C
Bhubaneswar

ସମ୍ବଲପୁର-ପୁରୀ ଇନ୍ଟରସିଟି ଏକ୍ସପ୍ରେସ ଏସି ରେଳ ବଗିର ଛାତରୁ ଗଳୁଛି ପାଣି 

ସମ୍ବଲପୁର: ଭାରତୀୟ ରେଳବାଇ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଯାତ୍ରୀ ସୁବିଧା ଓ ସୁରକ୍ଷାକୁ ନିଶ୍ଚିତ କରାଯାଉଥିବାବେଳେ କିନ୍ତୁ ବାସ୍ତବରେ ସେଭଳି କିଛି ପରିଲକ୍ଷିତ ହେଉ ନାହିଁ। ପଶ୍ଚିମ ଓଡିଶାର ପ୍ରମୁଖ ସମ୍ବଲପୁର ଷ୍ଟେସନରୁ ଯାତ୍ରୀ ମାନେ ବର୍ଷାରେ ଭିଜି ଭିଜି ରେଳଗାଡିରେ ଚଢ଼ୁଥିବା ବେଳେ ରେଳ ଗାଡି ଭିତରେ ମଧ୍ୟ ସେମାନଙ୍କୁ ବର୍ଷା ପାଣିରୁ ନିସ୍ତାର ମିଳୁ ନାହିଁ। ରେଳବାଇ ପକ୍ଷରୁ ଆରମଦାୟକ ଯାତ୍ରା ପାଇଁ ଅଧିକ ଟିକଟ ଭଡା ନେଇ ଏସି ବଗିର ବ୍ୟବସ୍ଥା କରାଯାଇଥିବା ବେଳେ ଏସି ବଗିରେ ମଧ୍ୟ ବର୍ଷା ପାଣି ଛାତରୁ ଗଳୁଛି। ଏଭଳି ଏକ ଘଟଣାରେ ସକାଳ ୬ଟାରେ ସମ୍ବଲପୁର ଛାଡିଥିବା ରେଳଗାଡି ସଂଖ୍ୟା ୧୨୩୦୩ ସମ୍ବଲପୁର – ପୁରୀ ଇନ୍ଟରସିଟି ଏକ୍ସପ୍ରେସର ଏସି ଚେୟାର କାର ବଗି ସଂଖ୍ୟା ସି – ୨ ରେ ଯାତ୍ରା କରୁଥିବା ଯାତ୍ରୀ ମାନେ ବଗି ମଧ୍ୟରେ ବର୍ଷା ଜଳ ପଡୁଥିବାର ଭିଡିଓ ଉତ୍ତୋଲନ କରି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ରେଳବାଇ ମନ୍ତ୍ରୀ, ରେଳବାଇ ଓ ସମ୍ବଲପୁର ଡିଆରଏମକୁ ଟ୍ୱିଟ କରି ଜଣାଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି।

ଏହି ଘଟଣା ସମ୍ପର୍କରେ ଜଣେ ଯାତ୍ରୀ କହିଛନ୍ତି ଯେ, ରେଳବାଇ ପକ୍ଷରୁ ଯାତ୍ରୀ ସୁବିଧାର ବହୁ ଦାବୀ କରାଯାଇ ଆସୁଥିବା ବେଳେ ପ୍ରକୃତ କ୍ଷେତ୍ରରେ ଦାବି ଭଳିଆ କୌଣସି କାର୍ଯ୍ୟ କରାଯାଉ ନାହଁ। ରେଳବାଇ ଅଧିକାରୀ ଓ କର୍ମଚାରୀ ମାନେ ରେଳ ବଗି ସମେତ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରତି ଉଦାସୀନ ରହୁଥିବାରୁ ଏଭଳି ଅବସ୍ଥା ଲାଗି ରହୁଛି। ଆଜି ଏସି ବଗିର ସିଟ ସଂଖ୍ୟା ୭୨ ପାଖରେ ଥିବା ଲାଇଟ ନିକଟରୁ ବର୍ଷା ପାଣି ଗଳୁଛି। ଏଥି ପାଇଁ ଯଦି କୌଣସି ସଟ ସାର୍କିଟ କିମ୍ବା ଅନ୍ୟ କିଛି ଅଘଟଣ ଚଳନ୍ତା ଟ୍ରେନରେ ଯଦି ଘଟିଥାନ୍ତା, ତାହା ହେଲେ ଅନେକ ଯାତ୍ରୀଙ୍କ ଦୁର୍ଘଟଣାର ଶିକାର ହୋଇଥାନ୍ତେ।

- Advertisement -

ଯାତ୍ରୀ ମାନଙ୍କର ସୁରକ୍ଷା ପ୍ରତି ଏଭଳି ବେପାରୁଆ ଓ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଯାତ୍ରୀ ମାନେ ଦାବି କରିଛନ୍ତି। ଏସି ବଗିରେ ଯାତ୍ରୀ ମାନେ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ଏପରି ପାଣି ଗଳିବା ଦ୍ୱାରା ଯାତ୍ରୀ ମାନେ ଅନେକ ହଇରାଣର ସମ୍ମୁଖୀନ ହୋଇଛନ୍ତି। ଅପରପକ୍ଷରେ ଏହି ଗାଡିରେ ସକାଳୁ ଯାଇଥିବା ଜଣେ ଯାତ୍ରୀ ସନ୍ଧ୍ୟା ସମୟରେ ସମ୍ବଲପୁରକୁ ଫେରିଥିବା ବେଳେ ଉକ୍ତ ବଗିର ମରାମତି କରାଯାଇ ନ ଥିବାର କହିଛନ୍ତି। ସୂଚନାଯୋଗ୍ୟ ଯେ, ସମ୍ବଲପୁର ରେଳ ଷ୍ଟେସନକୁ ଏବେ ପୁନଃ ବିକାଶ କରାଯାଉଥିବା ବେଳେ ସାମାନ୍ୟ ତମ ଯାତ୍ରୀ ସୁବିଧା କରାଯାଇ ନ ଥିବା ବେଳେ ଇନ୍ଟରସିଟି ଭଳି ଏକ ଗୁରୁତ୍ୱପୁର୍ଣ୍ଣ ଗାଡିର ଏସି ବଗିରେ ଏଭଳି ଅବ୍ୟବସ୍ଥା ରେଳବାଇ ଦାବିର ପୋଲ ଖୋଲି ଦେଉଛି। ଏଣୁ ରେଳବାଇ କେବଳ ପ୍ରଚାର ପ୍ରସାରରେ ନିଜକୁ ସୀମିତ ନ ରଖି ପ୍ରକୃତ କ୍ଷେତ୍ରରେ କାର୍ଯ୍ୟ କରି ଯାତ୍ରୀମାନଙ୍କୁ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା ପ୍ରଦାନ କରୁ ବୋଲି ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories