www.samajalive.in
Tuesday, December 9, 2025
15.1 C
Bhubaneswar

ଆସନ୍ତା ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ: ସୋମବାର ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ କ୍ରୀଡ଼ାବିତ, ବୁଦ୍ଧିଜୀବୀ, ଓ କ୍ରୀଡ଼ାପ୍ରେମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କ୍ରୀଡ଼ାବିତ, ତଥା ଆସର୍ଟ ସମ୍ପାଦକ ମହମଦ ଜିଆ ଉଦିନ, ଅବସର ପ୍ରାପ୍ତ କାମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, କ୍ରୀଡ଼ାବିତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲାରେ ରଗବି ଫୁଟବଲର ପ୍ରଚାର ପ୍ରସାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଫୁଲବାଣୀ ଠାରେ ୧୨ ବର୍ଷରୁ କମ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ମତ ରଖିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଅବନୀ କଂହର, ସନ୍ତୋଷ ଡିଗାଲ, ଅଶୋକ ମହାନ୍ତି,ସନାତନ ପ୍ରଧାନ, ରଗବି ଖେଳାଳି ଅର୍ଚିତା ପ୍ରଧାନ, ଶର୍ମିଲା ପ୍ରଧାନ, ଉଥପ ପ୍ରଧାନ ସଂଗୀତଜ୍ଞ ତଥା ସିନେ ଅଭିନେତା ଜଳନ୍ଧର କଂହର, ରଂଜିତ ଡିଗାଲ, ଅମୀୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ମତାମତ ଦେବା ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ଗଠନ ପାଇଁ ଏକ କମିଟି ଗଠନ କରିବାକୁ ମତ ରଖିଛନ୍ତି। ଜିଲ୍ଲା ଆୟୋଜକ କମିଟିର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକ, ଉପସଭାପତି ରାଧା ମୋହନ ମହାପାତ୍ର,ସିନେ ଆର୍ଟିଷ୍ଟ ତଥା କ୍ରୀଡ଼ାପ୍ରେମୀ ଜଳନ୍ଧର ବେହେରା, ସାଧାରଣ ସମ୍ପାଦକ ତଥା ଆବାହକ ମହମଦ ଜିଆ ଉଦିନ, ସହ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଅଶୋକ ମହାନ୍ତି ମନୋନୀତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ସମୀର ଘଟକ୍ଷଲ, ସଂଗଠନ ସମ୍ପାଦକ ଭାବେ ରଂଜିତ ଡିଗାଲ ମନୋନୀତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories