www.samajalive.in
Saturday, December 6, 2025
26.1 C
Bhubaneswar

ଜୟ ଆଦିବାସୀ କପ୍ ଫୁଟବଲ ; କବରାପାଲି ଚମ୍ପିଆନ୍

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ବାରଡୁଙ୍ଗୁରୀ ଖେଳ ପଡିଆରେ ଚାଲିଥିବା ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଫାଇନାଲ୍ ରେ କବରାପାଲି ଦଳ କୁରେଟୋଲା ଦଳ କୁ ପରାସ୍ତ କରି ଚମ୍ପିଆନ୍ ଅଖ୍ୟା ଅର୍ଜନ କରିଛି । ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଖେଳ ଶେଷରେ ଆୟୋଜିତ ଟ୍ରଫି ପ୍ରଦାନ ଉତ୍ସବ ରେ ଜିଲ୍ଲା ବିଜେଡି ଉପ-ସଭାପତି କିରଣ ବେହେରା ମୁଖ୍ୟ ଅତିଥି ଏବଂ ବ୍ଳକ୍ ଛାତ୍ର ବିଜେଡି ସଭାପତି ବାବୁଲୁ ରାଉତ, ବିଜେଡି ରାଜ୍ୟ ସଭାପତି ଗାନ୍ଧି ବେହେରା, ବିଜେଡି ନେତା ମନୋଜ ଦାସ, ଗୋପିରାମ ମେହେର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ସାହୁ ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ ବିଜେତା ଦଳମ କୁ ଚମ୍ପିଆନ୍ ଟ୍ରଫି ସହ ୧୫ ହଜାର ଏବଂ ପରାଜିତ ଦଳକୁ ରନର୍ସ ଅଫ୍ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories