www.samajalive.in
Sunday, December 7, 2025
14.1 C
Bhubaneswar

ବିଶେଷଜ୍ଞଙ୍କ ମତ : କ୍ଷୀରରେ କିସମିସ ବତୁରାଇ ଖାଇଲେ ମିଳେ ଏହି ଲାଭ..

କିସମିସରେ ଆଇରନ, ପୋଟାସିୟମ,କ୍ୟାଲସିୟମ,ମାଗ୍ନେସିୟମ ଓ ଫାଇବର ପ୍ରଚୁର ପରିମାଣରେ ରହିଛି । ଅଧିକାଂଶ ଲୋକେ ପାଣିରେ କିସମିସ ବତୁରାଇ ଖାଇ ଥାଆନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ନିୟମିତ ପାଣିରେ ବତୁରା ଯାଇଥିବା କିସମିସ ଖାଇବା ଦ୍ୱାରା ଶରୀରକୁ ଖୁବ୍‌ ଶକ୍ତି ମିଳିଥାଏ ।
ମାତ୍ର ପାଣି ବଦଳରେ କ୍ଷୀରରେ କିସମିସ ବତୁରାଇ ଖାଇବାର ଲାଭ ବିଷୟରେ ଜାଣିଛନ୍ତି କି?

ବିଶେଷଜ୍ଞଙ୍କ ମତରେ କିସମିସକୁ ନିୟମିତ ରାତିରେ କ୍ଷୀରରେ ବତୁରାଇ ରଖନ୍ତୁ । ସକାଳେ ଏହାର ସେବନ କରନ୍ତୁ ।

- Advertisement -

ଯେଉଁମାନଙ୍କ ଶରୀରରେ ରକ୍ତର ଅଭାବ ରହିଛି, ସେମାନେ ନିୟମିତ ଏହି ଉପାୟରେ କିସମିସ ଖାଇବା ଦ୍ୱାରା ରକ୍ତ ଅଭାବ ଜନିତ ସମସ୍ୟା ଦୂର ହୋଇଥାଏ ।

ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ସବୁକିଛି..

କ୍ଷୀରରେ କିସମିସ ବତୁରାଇ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ଏହାସହ ମେଟାବୋଲିଜିମ୍‌ ସ୍ତର ସଠିକ୍‌ ରହିବା କାରଣରୁ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ ।

ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ୍‌; ବର୍ଷଯାକ କରିବାକୁ ପଡିବନି ରିଚାର୍ଜ..

ନିୟମିତ ସକାଳେ କ୍ଷୀରରେ ବତୁରା ଯାଇଥିବା କିସମିସ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ । ନିୟମିତ ଏହାର ସେବନ ଦ୍ୱାରା ହୃଦୟଜନିତ ରୋଗ ହେବାର ସମ୍ଭାବନା ମଧ୍ୟ ଖୁବ୍‌ କମ୍‌ ଥାଏ ।

କ୍ଷୀର ଓ କିସମିସ୍‌ ଉଭୟରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି । ତେଣୁ କ୍ଷୀରରେ କିସମିସ ବତୁରାଇ ଖାଇବା ଦ୍ୱାରା ହାଡ ଓ ମାଂସପେଶୀ ମଜଭୁତ ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଶରୀରକୁ ରୋଗରୁ ଦୂରେଇ ରଖିଥାଏ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories