www.samajalive.in
Saturday, December 6, 2025
15.1 C
Bhubaneswar

ଇନ୍ଦ୍ରାବତୀ କଲୋନୀ ନିକଟରେ ବାଇକ ଦୁର୍ଘଟଣା, ଜଣେ ଗୁରୁତର

କଲମପୁର: କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ଇନ୍ଦ୍ରାବତୀ କଲୋନୀ ନିକଟରେ ରବିବାର ଘଟିଛି ଏକ ବାଇକ ଦୁର୍ଘଟଣା। ଏଥିରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀଙ୍କ ସହାୟତାରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ପଣ୍ଡିଗାଁ ଗୌନ୍ତିଆପଡ଼ାର ଶଙ୍କର ଶବର ନାମକ ଜନୈକ ଯୁବକ କଲମପୁର ସାପ୍ତାହିକ ବଜାରରୁ ଏକ ବାଇକ ଯୋଗେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ଦେଇ ନିଜ ଘରକୁ ଫେରୁଥିଲେ। ଇନ୍ଦ୍ରାବତୀ କଲୋନୀ ନିକଟରେ ଜଣେ ସାଇକଲ ଆରୋହୀକୁ ଧକ୍କା ହେବା ଆଶଙ୍କାରେ ନିଜ ବାଇକରୁ ନିୟନ୍ତ୍ରଣ ହରାଇ ବାଇକ ଚାଳକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ ଓଆଇସି ଅନିଲ କୁମାର ବାରିକଙ୍କ ନେତୃତ୍ୱରେ ସୌରଭ ବେହେରା, ନିରଞ୍ଜନ ଦାସ ଏବଂ ରବି କାନ୍ତ ସାହୁ ପ୍ରମୁଖ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories