www.samajalive.in
Friday, November 14, 2025
25.1 C
Bhubaneswar

ଅରବପତିଙ୍କୁ ଝଟକା: ଅଚାନକ ବିଶ୍ବର ଧନୀଙ୍କ ସମ୍ପତ୍ତି ହ୍ରାସ ପାଇଲା

ନୂଆଦିଲ୍ଲୀ : ବିଶ୍ବର ଧନୀ ତାଲିକାରେ ସାମିଲ ଅରବପତିଙ୍କ ସମ୍ପତ୍ତିରେ ଅଚାନକ ହ୍ରାସ ଦେଖିବାକୁ ମିଳିଛି । ଏଲନ ମସ୍କଙ୍କଠୁ ଆରମ୍ଭ କରି ବିଲ୍ ଗେଟ୍ସଙ୍କ ପର୍ଯ୍ୟନ୍ତ ଏବଂ ମୁକେଶ ଅମ୍ବାନୀଙ୍କଠୁ ନେଇ ଗୌତମ ଆଦାନୀଙ୍କ ସମ୍ପତ୍ତି କମିଛି । ସବୁଠାରୁ ଅଧିକ କ୍ଷତି ଜେଫ୍ ବେଜୋସଙ୍କୁ ସହିବାକୁ ପଡିଛି । ତାଙ୍କ ସମ୍ପତ୍ତି ୧.୨୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।

ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ ସମ୍ପତ୍ତି ହ୍ରାସ କେବଳ ଟପ୍ ୧୦ ଧନୀଙ୍କ ପର୍ଯ୍ୟନ୍ତ ସୀମିତ ନାହିଁ, ବରଂ ବିଶ୍ବର ୨୦ ସବୁଠାରୁ ଧନୀଙ୍କ ସମ୍ପତ୍ତି ମଧ୍ୟ କମିଥିବା ଦେଖିବାକୁ ମିଳିଛି । ଟେସଲା ଏବଂ ସ୍ପେଶଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତି ମଧ୍ୟ ୬.୫୭ ଅରବ ଡଲାର ହ୍ରାସ ପାଇ ୨୩୫ ଅରବ ଡଲାରକୁ ଆସିଯାଇଛି । ସେହିଭଳି ଆମାଜନ ମାଲିକ ଜେଫ୍ ବେଜୋସଙ୍କ ସମ୍ପତ୍ତି ମଧ୍ୟ ୧୫.୨ ଅରବ ଡଲାର ହ୍ରାସପାଇ ୧୯୧ ଅରବ ଡଲାର ରହିଯାଇଛି । ମାର୍କ ଜୁକରବର୍ଗଙ୍କ ୨.୩୯ ଅରବ ଡଲାର, ବିଲ ଗେଟ୍ସଙ୍କ ୧.୯୫ ଅରବ ଡଲାର କମିଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୧.୨୦ ଅରବ ଡଲାର ହ୍ରାସ ଦେଖିବାକୁ ମିଳିଛି । ଏବେ ସେ ୧୧୩ ଅରବ ଡଲାର ସମ୍ପତ୍ତିର ମାଲିକ । ବିଶ୍ବର ୧୨ ନମ୍ବର ଧନୀ ତାଲିକାରେ ଥିବା ଗୌତମ ଆଦାନୀଙ୍କ ସମ୍ପତ୍ତି ୧.୩୪ ଅରବ ଡଲାର ହ୍ରାସ ସହିତ ୧୧୦ ଅରବ ଡଲାରକୁ ଖସିଆସିଛି ।

ପ୍ୟାରିସ୍ ଅଲିମ୍ପିକ୍ସ: ବ୍ରିଟେନକୁ ହରାଇଲା ଭାରତୀୟ ପୁରୁଷ ହକି ଦଳ

- Advertisement -

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories