ପ୍ୟାରିସ୍ ଅଲିମ୍ପିକ୍ସ: ବ୍ରିଟେନକୁ ହରାଇଲା ଭାରତୀୟ ପୁରୁଷ ହକି ଦଳ
ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ କମାଲ କରି ଦେଖାଇଛି । ଦଳ କ୍ବାର୍ଟର ଫାଇନାଲରେ ବ୍ରିଟେନକୁ ହରାଇ ଦେଇଛି । ଟିମ୍ ଇଣ୍ଡିଆ ଲଗାତର ଦ୍ବିତୀୟ ଥର ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛି । ଗତ ଥର ଟୋକିଓ ଅଲିମ୍ପିକ୍ସରେ ମଧ୍ୟ କ୍ବାର୍ଟର ଫାଇନାଲରେ ବ୍ରିଟେନକୁ ହରାଇ ସେମିଫାଇନାଲରେ ପହଞ୍ଚିଥିଲା । ଏଥର ଟିମର ଗୋଲକିପର ପିଆର୍ ଶ୍ରୀଜେଶ କମାଲ କରିଦେଇଛନ୍ତି । ସେ ପେନାଲ୍ଟି ଶୁଟଆଉଟରେ ଦେଶକୁ ବିଜୟ ଦେଇଛନ୍ତି ।
The Winning Moment 📸@CMO_Odisha @IndiaSports @Media_SAI@sports_odisha @Limca_Official @CocaCola @FIH_Hockey
.
.
.#Hockey #HockeyIndia #IndiaKaGame #HockeyLayegaGold #WinItForSreejesh #Paris2024 #INDVSGBR #qf pic.twitter.com/LDgKgWYivz— Hockey India (@TheHockeyIndia) August 4, 2024
ଭାରତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା । ଦଳ ସେମିଫାଇନାଲରେ ପରାସ୍ତ ହୋଇଥିଲା । ଏହା ପରେ ସେ ଜର୍ମାନୀକୁ ହରାଇ ପଦକ ନିଜ ନାଁରେ କରିଥିଲା । ଏଥର ଭାରତର ମୁକାବିଲା ସେମିଫାଇନାଲରେ ଜର୍ମାନୀ ସହିତ ହୋଇପାରେ ।
Comments are closed.