www.samajalive.in
Saturday, December 6, 2025
23.1 C
Bhubaneswar

ସୌଦାମିନୀ କେୟାର୍ସ ପକ୍ଷରୁ ଛତା ବଣ୍ଟନ

ଟିଟିଲାଗଡ଼: ଟିଟିଲାଗଡ଼ ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ଜିତେନ୍ଦ୍ର ମିଶ୍ର। ଜାତୀୟସ୍ତରର ଜଣେ ନିର୍ମାତା, ନିର୍ଦ୍ଦେଶକ, ବିତରକ ଭାବରେ ସୁଖ୍ୟାତି ଅର୍ଜନ କରିଥିବା ଜିତେନ୍ଦ୍ର ଅନେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଜୁରୀ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଅନ୍ତର୍ଜାତୀୟ କାନ୍ସ ଫେଷ୍ଟିଭାଲରେ ୧୦ ବର୍ଷ ହେଲା ସେ ନିମନ୍ତ୍ରିତ ହୋଇ ଯୋଗ ଦେଇଆସୁଛନ୍ତି। ହେଲେ ନିଜ ଜନ୍ମ ମାଟି ପ୍ରତି ତାଙ୍କ ଭକ୍ତି ଓ ସେବା ନେଇ କେବେ ହେଳା କରି ନାହାନ୍ତି। ଟିଟିଲାଗଡ଼ ଅଞ୍ଚଳରେ ସମାଜସେବା ନେଇ ସର୍ବଦା ସମର୍ପିତ ରହି ଆସିଛନ୍ତି। ତାଙ୍କ ମାଆଙ୍କ ନାମରେ ଗଠିତ ସୌଦାମିନୀ କେୟାର୍ସ ସଂଗଠନ ଜରିଆରେ ଦିନଦୁସ୍ଥଙ୍କ ସେବା, ଚାରାରୋପଣ, କମ୍ବଳ ବଣ୍ଟନ, ପର୍ବପର୍ବାଣୀରେ ଅସହାୟଙ୍କୁ ଉପହାର ଆଦି କାର୍ଯ୍ୟ କରି ସର୍ବଦା ପ୍ରଶଂସିତ ହୋଇଛି। ରବିବାର ସୌଦାମିନୀ କେୟାର୍ସ ପକ୍ଷରୁ ଜିତେନ୍ଦ୍ର ତଥା ସଂଗଠନର ସଦସ୍ୟ ସହରର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୁମୁଡା ଧବଳେଶ୍ୱର ପୀଠ ଆଦି ବିଭିନ୍ନ ସ୍ଥାନ ବୁଲି ଗରିବ, ଅସହାୟ ତଥା ଭିକ୍ଷା ବୃତ୍ତି କରି ପେଟ ପୋଷୁଥିବା ଲୋକଙ୍କୁ ଛତା ବଣ୍ଟନ କରିଛନ୍ତି।

- Advertisement -

ସୌଦାମିନୀ କେୟାର୍ସର ମୁଖ୍ୟ ତଥା ଚଳଚ୍ଚିତ୍ର ନିର୍ମାତା ଟିଟିଲାଗଡ଼ ବାସିନ୍ଦା ଜିତେନ୍ଦ୍ର ମିଶ୍ରଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ ଟିଟିଲାଗଡ଼ ପୁରୁଣା ବ୍ୟାଙ୍କ ଛକରେ ଠେଲା ଚାଳକ, ଅସହାୟ ଭିକ୍ଷା ବୃତ୍ତି କରୁଥିବା ବୃଦ୍ଧବୃଦ୍ଧା, ଶିଶୁଙ୍କୁ ଛତା ପ୍ରଦାନ କରିଥିଲେ। ବର୍ତମାନ ଟିଟିଲାଗଡ଼ ସହରରେ ପ୍ରବଳ ବର୍ଷା ହେଉଥିବାବେଳେ ଅସହାୟ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷକ ପ୍ରାୟ ୬ ମାସରେ ପ୍ରଚଣ୍ଡ ତାତି। ତେଣୁ ଅସହାୟଙ୍କୁ ଛତା ବଣ୍ଟନ ପାଇଁ ତାଙ୍କ ସଂଗଠନ ନିଷ୍ପତ୍ତି ନେଇଥିବା ଜିତେନ୍ଦ୍ର କହିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ସହ ନିଜ ଅଞ୍ଚଳ ପାଇଁ ଜିତେନ୍ଦ୍ରଙ୍କ ବଦାନ୍ୟତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ଉମାକାନ୍ତ ମିଶ୍ର, ସନ୍ତୋଷ ମହାନ୍ତି, ନିରୋଜ ପଟ୍ଟନାୟକ, କୋଶଲ ବିଶି, ସୁଧୀର ଦାଶ, ବିଶ୍ୱରଞ୍ଜନ ରଥ, ସୁଦୀପ୍ତ ତ୍ରିପାଠୀ, ସତ୍ୟମ ରାଓ, ସଞ୍ଜୟ ବଂଶଲ, ପଙ୍କଜ ଅଗ୍ରୱାଲ, ସୀତମ ସାଗର ବେଦବାକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories