www.samajalive.in
Tuesday, December 9, 2025
23.1 C
Bhubaneswar

ସୈରାତ ନିଲାମକୁ ନେଇ ରଣକ୍ଷେତ୍ର ପାଲଟିଲା ଧାମରା ପଞ୍ଚାୟତ ଅଫିସ

ଭଦ୍ରକ: ସୈରାତ ନିଲାମ କୁ ନେଇ ରଣକ୍ଷେତ୍ର ପାଲଟିଲା ଧାମରା ପଂଚାୟତ ଅଫିସ । ଧାମରା ପଂଚାୟତ ଗୃହରେ ଆଜି ପଞ୍ଚାୟତରେ ଥିବା ସମସ୍ତ ସୈରାତ , ନିଲାମ ହେବା ପାଇଁ ସ୍ଥିର ହୋଇଥିଲା।  ବ୍ଲକ ରୁ ଏହି ନିଲାମ ପାଇଁ ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ତରେଇ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଜନୀ ବଳ, ସମିତି ସଭ୍ୟ ପାପା ଜେନା ସରପଞ୍ଚ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ନିଲାମ ଅଧିକାରୀ ଙ୍କୁ ପଞ୍ଚାୟତରେ ଥିବା ସମସ୍ତ ସୈରାତ ନିଲାମ କରିବା ପାଇଁ କହିଥିବାବେଳେ ସମ୍ପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସହକାରୀ ଯନ୍ତ୍ରୀ ଅନ୍ୟ ମାନଙ୍କ କଥାରେ ବଶବର୍ତ୍ତୀ ହୋଇ କିଛି ସୈରାତ ନିଲାମ ହେବନି ଉପଜିଲ୍ଲାପାଳ ମନା କରିଛନ୍ତି ବୋଲି କହିଥିଲେ । ମାତ୍ର ଏ ନେଇ କୋୖଣସି ଚିଠି ତାଙ୍କର ହସ୍ତଗତ ହୋଇନାହିଁ ବୋଲି କହିଥିଲେ। କେଉଁ ପରିସ୍ଥିତି ରେ ନିଲାମ ହେବ ନାହିଁ ବୋଲି ଅଞ୍ଚଳବାସୀ ପଚାରିବାରୁ ସମ୍ପୃକ୍ତ ଅଧିକାରୀ ସେମାନଙ୍କୁ ଖରାପ ବ୍ୟବହାର କରିବା ସହ ଗାଳି ଗୁମଜ କରିଥିଲେ।   ଏହି ଘଟଣା କୁ ନେଇ ଅଞ୍ଚଳବାସୀ ସମସ୍ତ ସୈରାତ ନିଲାମ ସ୍ଥଗିତ ରଖିବାକୁ କହିଥିଲେ। ଏଥି ସହ ସମ୍ପୃକ୍ତ ଅଧିକାରୀମାନେ ଅନ୍ୟ ନେତାଙ୍କ କଥାରେ ପରିଚାଳିତ ହୋଇ ଏପରି ଅନ୍ୟାୟ କରିବା ସହ ନିଲାମ ବନ୍ଦ କରି ପଳାଇ ଯାଇଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories