www.samajalive.in
Friday, December 12, 2025
15.1 C
Bhubaneswar

ପାଏବସ୍‌ ୱେଷ୍ଟଇଣ୍ଡିଜର ମୁଖ୍ୟ ପ୍ରଶିକ୍ଷକ

ଜାମାଇକା  : ଇଂଲଣ୍ଡରେ ଜନ୍ମିତ ରିଚାର୍ଡ ପାଏବସ୍‌ଙ୍କୁ ୱେଷ୍ଟଇଣ୍ଡିଜ ପୁରୁଷ କ୍ରିକେଟ୍ ଦଳର କାମଚଳା ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍ ସିରିଜ୍‌ ଖେଳାଯିବ। ଏଥିସହ ବିଶ୍ବକପ୍ କ୍ରିକେଟ୍‌ ଓ ଜୁଲାଇରେ ୱେଷ୍ଟଇଣ୍ଡିଜର ଭାରତ ଗସ୍ତ ସମୟରେ ପାଏବସ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇବେ।
ସୂଚନାଥାଉକି ୱେଷ୍ଟଇଣ୍ଡିଜର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗତ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆର ଷ୍ଟୁଆର୍ଟ ଲ’ ଇସ୍ତଫା ଦେଇଥିଲେ। ୱେଷ୍ଟଇଣ୍ଡିଜ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବାରୁ ପାଏବସ୍‌ ଖୁସି ବ୍ୟକ୍ତ କରିବା ସହ ଦଳକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ୱେଷ୍ଟଇଣ୍ଡିଜ ଦଳରେ ଅନେକ ପ୍ରତିଭାବାନ୍ ଖେଳାଳି ଥିବାରୁ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେବା ତାଙ୍କର ପ୍ରମୁଖ କାର୍ଯ୍ୟ ହେବ ବୋଲ ପାଏବସ୍ କହିଛନ୍ତି।
ପାଏବସ୍‌ଙ୍କ ନିଯୁକ୍ତି ସଂପର୍କରେ ସୂଚନା ଦେଇ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡର ନିର୍ଦେଶକ ଜିମି ଆଡାମ୍‌ସ କହିଛନ୍ତି ପାଏବସ୍‌ ପୂର୍ବରୁ ପାକିସ୍ତାନ ଓ ବାଂଲାଦେଶ ଦଳ ସହ କାର୍ଯ୍ୟ କରିଥିବାରୁ ତାଙ୍କୁ ୱେଷ୍ଟଇଣ୍ଡିଜର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିକଟରେ ବହୁତ ଅଭିଜ୍ଞତା ଥିବାରୁ ପାଏବସ୍‌ ୱେଷ୍ଟଇଣ୍ଡିଜ ଦଳକୁ ଅଧିକ ଅଧିକ ମ୍ୟାଚ୍‌ରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସୂଚନାଥାଉକି ପାଏବସ୍‌ ୱେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡରେ ନିର୍ଦେଶକ ଭାବେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରିଥିବା ବେଳେ ୨୦୧୮ ଫେବୃଆରୀରୁ ହାଇପର୍ଫମାନ୍‌ସ ନିର୍ଦେଶକ ଭାବେ ଦାୟିତ୍ବ ସମ୍ଭାଳିଥିଲେ। ପାଏବସ୍‌ଙ୍କୁ କାମଚଳା ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ ଘରୋଇ ପ୍ରଶିକ୍ଷକଙ୍କ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ କରିବାକୁ ଯାଉଛି। ଏହି କର୍ମଶାଳା​‌େ​‌ର ଘରୋଇ ପ୍ରଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବରରୁ ୱେଷ୍ଟଇଣ୍ଡିଜ ଦଳ ନିମନ୍ତେ ସ୍ଥାୟୀ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories