ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ଗିରଫ ମଧ୍ୟସ୍ଥ ଖ୍ରୀଷ୍ଟିୟାନ ମିସେଲଙ୍କୁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ଶନିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ଙ୍କ ହାଜତକୁ ପଠାଇ ଦେଇଛନ୍ତି। ଜାନୁଆରୀ ୨୬ ପର୍ଯ୍ୟନ୍ତ ସେ ସେଠାରେ ରହିବେ। ମିସେଲ ସମ୍ଭବତଃ ଅନ୍ୟ ପ୍ରତିରକ୍ଷା କାରବାର ମାମଲାରେ ସମ୍ପୃକ୍ତ ବୋଲି ସନ୍ଦେହ ପ୍ରକାଶ ପାଇଛି। ଏଥିସହିତ ବେଆଇନ ପୁଞ୍ଜିନିବେଶ ମାମଲାର ଅଧିକ ତଦନ୍ତ ଲାଗି ମିସେଲଙ୍କୁ ହାଜତକୁ ନେବାକୁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା। ବ୍ୟାପକ ବେଆଇନ ପୁଞ୍ଜି କାରବାର ସହ ହାୱଲା ଅପରେଟରଙ୍କ ସମ୍ପୃକ୍ତି ନେଇ ସନ୍ଦେହ ରହିଛି ବୋଲି ଇଡି କୋର୍ଟରେ ଦର୍ଶାଇଛନ୍ତି।
Popular Categories



