www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ଜୁଟାଇବା ପାଇଁ ଜୋରଦାର ଉଦ୍ୟମ

ନୂଆଦିଲ୍ଲୀ : ଜାନୁଆରୀ ୮ କୃଷକ ସମାବେଶ ପାଇଁ ବିଜେଡି ତରଫରୁ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ଜୁଟାଇବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ଓଡ଼ିଆ ବହୁଳ ଅଞ୍ଚଳ ଗୁଡ଼ିକରେ ବିଜେଡି ନେତା ଗସ୍ତ କରି ସମାବେଶରେ ସାମିଲ ହେବା ପାଇଁ ନିବେଦନ କରୁଛନ୍ତି। ଇତିମଧ୍ୟରେ ସ୍ଥାନୀୟ ସାହାପୁର ଜାଠ, ବସାଇ ଦାରାପୁର, ମଦନପୁର ଖାଦର, ଫରିଦାବାଦ ସେକ୍ଟର-୫, ନୋଇଡ଼ା ସେକ୍ଟର-୫୧, ସରିତା ବିହାର ଅଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରି ସମାବେଶରେ ସାମିଲ କରିବାକୁ ଦଳୀୟ ରଣନୀତି ପ୍ରସ୍ତୁତ କରାଯାଇଛି। ଦକ୍ଷିଣ ଦିଲ୍ଲୀର ଓଡ଼ିଆ ବହୁଳ ସାହାପୁର ଜାଠ ଅଞ୍ଚଳରେ ଆଜି ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ, ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ, କେନ୍ଦ୍ରାପଡ଼ା ଜିଲା ବିଜେଡି ସଭାପତି ଧୃବ ଚରଣ ସାହୁ ପ୍ରମୁଖ ଓଡ଼ିଶାର କୃଷକଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅନ୍ୟାୟ ବିରୁଦ୍ଧରେ ବିଜେଡି କୃଷକ ସେଲର ଏହି ପ୍ରତିବାଦ ସଭାରେ ବିପୁଳ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଯୋଗଦାନ ପାଇଁ ନିବେଦନ କରିଥିଲେ। ସେହିପରି ପଶ୍ଚିମ ଦିଲ୍ଲୀର ଓଡ଼ିଆ ବହୁଳ ବସାଇ ଦାରାପୁର ଅଞ୍ଚଳରେ ରାଜ୍ୟସଭା ସାଂସଦ ପ୍ରତାପ ଦେବ, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, କେନ୍ଦ୍ରାପଡ଼ା ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ ପ୍ରମୁଖ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରି କୃଷକ ସମାବେଶରେ ସାମିଲ ଜରିଆରେ ସମର୍ଥନ ନିବେଦନ କରିଥିଲେ। ରବିବାର ଦିନ ଉତ୍ତର-ପଶ୍ଚିମ ଦିଲ୍ଲୀର ମୁଣ୍ଡକା ଓ ନାଙ୍ଗଲୋଇ ଓ ପୂର୍ବ ଦିଲ୍ଳୀର ମୟୁର ବିହାର ଅଞ୍ଚଳରେ ପ୍ରବାସୀ ଓଡ଼ିଆଙ୍କ ସହ ବିଜେଡି ନେତାଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି। ବିଜେଡି ତରଫରୁ ସ୍ଥାନୀୟ ପ୍ରବାସୀ ଓଡ଼ିଆ ସଂଗଠନ ଓ ପ୍ରବାସୀ ଓଡ଼ିଆ ନେତାଙ୍କୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି ବୈଠକ ଆୟୋଜନ ଦାୟିତ୍ୱ ଦିଆଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories