www.samajalive.in
Tuesday, December 9, 2025
26.1 C
Bhubaneswar

କ୍ରିକେଟିୟର କେଏଲ୍ ରାହୁଲ୍‌ଙ୍କର ସାଧୁତାକୁ ପ୍ରଶଂସା କଲେ ଅମ୍ପେୟାର

ସିଡ୍‌ନୀ.- ଭାରତୀୟ  କ୍ରିକେଟିୟର କେଏଲ୍‌ ରାହୁଲଙ୍କର ସାଧୁତାକୁ ଫିଲ୍ଡ ଅମ୍ପେୟାରଙ୍କ ସହ ଅନେକ  କ୍ରିକେଟପ୍ରେମୀ ପ୍ରଶଂସା କରିଛନ୍ତି । ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା  ଅନ୍ତିମ ଟେଷ୍ଟମ୍ୟାଚରେ  ଭାରତୀୟ ବୋଲର ରବିନ୍ଦ୍ର ଜାଦେଜା ବୋଲିଂ କରୁଥିବା ବେଳେ  ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ ମାରକସ୍‌ ହାରିସ୍‌ଙ୍କର ଏକ କ୍ୟାଚକୁ କେଏଲ୍‌ ରାହୁଲ୍‌ ଧରିଥିଲା ।

ଡେଇଁକରି ଏହି କ୍ୟାଚ ଧରିବା ବେଳେ ଏହା ଭୂମିକୁ ସାମାନ୍ୟ ସ୍ପର୍ଶ କରିଥିଲା । ମାତ୍ର  କ୍ରିକେଟ ପଡିଆରେ ଉପସ୍ଥିତ ଥିବା ଅମ୍ପିୟାର ଏହାକୁ ଜାଣି ପାରି ନ ଥିଲେ । ଅନ୍ୟମାନେ ଏହା ଆଉଟ୍‌ ବୋଲି ଭାବି ନେଇଥିବା ବେଳେ କେଏଲ୍‌ ରାହୁଲ୍‌ ଏହା କ୍ୟାଚ ନୁହେଁ ବୋଲି ଇଙ୍ଗିତ ଦେଇଥିଲେ । ଫିଲ୍ଡ ଅମ୍ପିୟାର  ଇଆନ୍‌ ଗ୍ଲାଉଡ୍‌ ଏହାକୁ ପ୍ରଶଂସା କରିବା ସହ ତାଳି ମାରିଥିଲା   ଓ ବୃଦ୍ଧାଙ୍ଗୁଳି ଉପରକୁ କରି(ଥମ୍ବସ୍‌ ଅପ୍‌) କରି ରାହୁଲଙ୍କୁ ଉତ୍ସାହିତ କରିଥିଲେ ।

- Advertisement -

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories