www.samajalive.in
Friday, December 5, 2025
27.1 C
Bhubaneswar

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ଆଇଟିଆର ଦାଖଲ

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ଦାଖଲ ହୋଇଥିବା ମୋଟ ଆଇଟିଆର ସଂଖ୍ୟା ୭.୨୮ କୋଟି ଅତିକ୍ରମ କରିଛି। ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଏହା ୭.୫% ଅଧିକ ବୋଲି ଜଣାପଡିଛି। ୨୦୨୩ ଜୁଲାଇ ୩୧ ସୁଦ୍ଧା ଆଇଟିଆର ଦାଖଲ ସଂଖ୍ୟା ୬.୭୭ କୋଟି ଥିଲା। ଆୟକର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ମୋଟ ୭.୨୮ କୋଟି ଆଇଟିଆର ମଧ୍ୟରୁ ୫.୨୭ କୋଟି ନୂଆ ଟିକସ ବ୍ୟବସ୍ଥାରେ ଦାଖଲ ହୋଇଥିବା ବେଳେ ପୁରୁଣା ଟିକସ ବ୍ୟବସ୍ଥାରେ ୨.୦୧ କୋଟି ଆଇଟିଆର ଦାଖଲ ହୋଇଛି। ୭୨% ଟିକସଦାତା ନୂଆ ଟିକସ ବ୍ୟବସ୍ଥାକୁ ପସନ୍ଦ କରିଥିବା ବେଳେ ୨୮% ପୁରୁଣା ଟିକସ ବ୍ୟବସ୍ଥାରେ ରହିଛନ୍ତି।

ସେହିପରି ୨୦୨୪ ଜୁଲାଇ ୩୧ ଶେଷ ଦିନରେ ୬୯.୯୨ ଲକ୍ଷରୁ ଅଧିକ ଆଇଟିଆର ଦାଖଲ କରାଯାଇଛି। ଇ-ଫାଇଲିଂ ପୋର୍ଟାଲରେ ସେହିଦିନ ସନ୍ଧ୍ୟା ୭ତାରୁ ରାତି ୮ତା ମଧ୍ୟରେ ପ୍ରତି ଘଣ୍ଟାରେ ସର୍ବାଧିକ ୫.୦୭ ଲକ୍ଷ ଆଇଟିଆର ଫାଇଲିଂ ହୋଇଥିଲା।

ଓଡ଼ିଶାରେ ସାମଗ୍ରୀ ଓ ସେବା କର-ଜିଏସଟି ସଂଗ୍ରହ ୨୪.୯୮% ବୃଦ୍ଧି

- Advertisement -

ଗତ କିଛି ବର୍ଷ ମଧ୍ୟରେ ଆଇଟିଆର ଫାଇଲିଂର ନିମ୍ନଲିଖିତ ତଥ୍ୟ ଏହାକୁ ପ୍ରମାଣିତ କରେ:

ଆକଳନ ବର୍ଷ ଦାଖଲ କରିବାର ଅନ୍ତିମ ତାରିଖ ଆଇଟିଆର ସଂଖ୍ୟା
୨୦୨୦-୨୧ ୧୦/୦୧/୨୦୨୧ ୫,୭୮,୪୫,୬୭୮
୨୦୨୧-୨୨ ୩୧/୧୨/୨୦୨୧ ୫,୭୭,୩୯,୬୮୨
୨୦୨୨-୨୩ ୩୧/୦୭/୨୦୨୨ ୫,୮୨,୮୮,୬୯୨
୨୦୨୩-୨୪ ୩୧/୦୭/୨୦୨୩ ୬,୭୭,୪୨,୩୦୩
୨୦୨୪-୨୫ ୩୧/୦୭/୨୦୨୪  ୭,୨୮,୮୦,୩୧୮

 

ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ୭.୨୮ କୋଟି ଆଇଟିଆର ମଧ୍ୟରୁ ୪୫.୭୭% ଆଇଟିଆର-୧ (୩.୩୪ କୋଟି), ୧୪.୯୩% ଆଇଟିଆର-୨ (୧.୦୯ କୋଟି), ୧୨.୫୦% ଆଇଟିଆର-୩ (୯୧.୧୦ ଲକ୍ଷ), ୨୫.୭୭% ଆଇଟିଆର-୪ (୧.୮୮ କୋଟି) ଏବଂ ୧.୦୩% ଆଇଟିଆର-୫ (୭.୦୩ କୋଟି) ରହିଛି। ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ଆଇଟିଆର ୟୁଟିଲିଟି ବ୍ୟବହାର କରି ୪୩.୮୨% ରୁ ଅଧିକ ଆଇଟିଆର ଦାଖଲ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories