www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶାରେ ସାମଗ୍ରୀ ଓ ସେବା କର-ଜିଏସଟି ସଂଗ୍ରହ ୨୪.୯୮% ବୃଦ୍ଧି

ଡେସ୍କ: ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟ ଜିଏସ୍‌ଟି ସଂଗ୍ରହ ପରିମାଣରେ ୨୪.୯୮% ବୃଦ୍ଧି ଘଟିଛି। ଜୁଲାଇ ମାସରେ ଜିଏସଟି ସଂଗ୍ରହ ପରିମାଣ ୨୦୩୫.୧୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୩ ମସିହା ଜୁଲାଇ ମାସରେ ଏହି ପରିମାଣ ୧୬୨୮.୪୩ କୋଟି ଟଙ୍କା ଥିଲା। ସେହିପରି ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ରାଜ୍ୟର ଜିଏସ୍‌ଟି ସଂଗ୍ରହ ପରିମାଣ ୮୮୬୬.୯୫ କୋଟି ଟଙ୍କାରେ ପହଂଚିଛି ଏବଂ ଗତବର୍ଷ ୨୦୨୩ ଜୁଲାଇ ମାସ ପର୍ଯ୍ୟନ୍ତ ଏହି ପରିମାଣ ୭୦୫୫.୫୩ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ୨୫.୬୭% ରହିଛି।

ସେହିପରି ଚଳିତ ବର୍ଷ ଜୁଲାଇ ମାସରେ କେନ୍ଦ୍ରୀୟ ଜିଏସ୍‌ଟି, ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଓ ସେସ୍ ସଂଗ୍ରହ ପରିମାଣକୁ ମିଶାଇ ଓଡ଼ିଶାର ମୋଟ ଜିଏସ୍‌ଟି ସଂଗ୍ରହ ୪୯୨୫.୦୨ କୋଟି ଟଙ୍କାରେ ପହଂଚିଛି। ଗତ ବର୍ଷ ଏହା ୪୨୪୫.୪୦ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ୧୬.୦୧% ରହିଛି।

- Advertisement -

ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଓଡ଼ିଶାର ମୋଟ ଜିଏସ୍‌ଟି ସଂଗ୍ରହ ପରିମାଣ ୨୦୮୪୧.୩୩ କୋଟି ଥିବା ବେଳେ ୨୦୨୩ ଜୁଲାଇ ମାସ ପର୍ଯ୍ୟନ୍ତ ଏହି ପରିମାଣ ୧୮୦୫୮.୮୪ କୋଟି ଟଙ୍କା ଥିଲା ଯାହା ୧୫.୪୧% ଅଭିବୃଦ୍ଧିକୁ ଦର୍ଶାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories