www.samajalive.in
Saturday, December 6, 2025
14.1 C
Bhubaneswar

ରାଜରାସ୍ତାରେ ବୁଲା ଗାଈଗୋରୁ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ବିଭିନ୍ନ ସ୍ଥାନରେ ବୁଲା କୁକୁର, ଗାଈଗୋରୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରହୁଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଗାଈଗୋରୁ, କୁକୁରମାନେ ତ୍ରିପାଠୀ ସାହି, ବ୍ୟାଙ୍କ, ଦୁର୍ଗାମନ୍ଦିର, ଜଗନ୍ନାଥ ମନ୍ଦିର, ଲ୍ୟାମ୍ପ, ଥାନା ସମ୍ମୁଖରେ ଓ ମୁଖ୍ୟବଜାର ରାସ୍ତା ଉପରେ ଆଡ୍ଡା ଜମାଇ ରହୁଛନ୍ତି। ଛୋଟ ବଡ ଯାନବାହାନ ଚଳାଚଳ କରୁଥିବାବେଳେ ଗାଈଗୋରୁ ପାଇଁ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଗାଈଗୋରୁ ଫସଲ ନଷ୍ଟ କରିଦେବେ ବୋଲି ଲୋକେ ଗାଁ ଆଡକୁ ଘଉଡ଼ାଇ ଦେଉଛନ୍ତି। ଯାହାଫଳରେ ସନ୍ଧ୍ୟାରେ ଗାଈଗୋରୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରହି ରାସ୍ତାକୁ ଗୁହାଳ ପରି କରି ଦେଉଛନ୍ତି। ସଦରରେ କାଞ୍ଜିଆ ଗୃହ(ବନ୍ଦୀଶାଳ) ରହିଛି। କିନ୍ତୁ ତାହା କାମରେ ଲାଗୁନି। ଯାହାଫଳରେ ଗାଈଗୋରୁମାନେ ରାସ୍ତା ଉପରେ ଆଡ୍ଡା ଜମାଇ ରହୁଛନ୍ତି। ପଞ୍ଚାୟତ ପକ୍ଷରୁ ଯାହାର ଗାଈ ରାସ୍ତାରେ ବୁଲି ରହୁଛି ତାକୁ ନିଜ ନିଜ ଅଧିନରେ ରଖିବା ପାଇଁ ଦାଣ୍ଡରା ମାରି ସଚେତନ କରିଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନି। ପ୍ରଶାସନ ଓ ଜନପ୍ରତିନିଧି ହସ୍ତକ୍ଷେପ କରି ବିକଳ୍ପ ବ୍ୟବସ୍ଥା କରିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories