www.samajalive.in
Saturday, December 6, 2025
14.1 C
Bhubaneswar

ହଠାତ୍‌ ବିଗିଡ଼ିଲା ସ୍ଵାସ୍ଥ୍ୟାବସ୍ଥା, ବ୍ରିଟେନ କନ୍‌ସର୍ଟ ସ୍ଥଗିତ ରଖିଲେ ଅରିଜିତ୍‌

ମୁମ୍ବଇ: ଲୋକପ୍ରିୟ ଗାୟକ ଅରିଜିତ୍ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଛି। ଏହି କାରଣରୁ ସେ ଚଳିତ ମାସରେ ବ୍ରିଟେନରେ ହେବାକୁ ଥିବା କନ୍‌ସର୍ଟକୁ ସ୍ଥଗିତ ରଖିଛନ୍ତି। ଗାୟକ ସାମାଜିକ ଗଣମାଧ୍ୟମ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି ଏବଂ କନ୍‌ସର୍ଟ ସ୍ଥଗିତ ରଖିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଅରିଜିତ୍‌ କହିଛନ୍ତି ଯେ, ତାଙ୍କର ଚିକିତ୍ସା ଚାଲିଛି, ଯେଉଁଥିପାଇଁ ସେ ବ୍ରିଟେନରେ କନସର୍ଟ କରିବାକୁ ଅସମର୍ଥ। ତେବେ ସେ ନୂଆ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

ଅରିଜିତ୍‌ ସିଂହ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ସେ କ୍ୟାପ୍ସନରେ ଲେଖିଛନ୍ତି, ‘‘ଗୁରୁତ୍ଵପୂର୍ଣ୍ଣ ଅପ୍‌ଡେଟ ଏବଂ ସୂଚନା’’। ପୋଷ୍ଟରେ ଲେଖିଛନ୍ତି, ‘‘ପ୍ରିୟ ପ୍ରଶଂସକଗଣ, ଦୁଃଖର ସହ ଘୋଷଣା କରୁଛି ଯେ, କିଛି ଚିକିତ୍ସା ପରିସ୍ଥିତି ଯୋଗୁ ଅଗଷ୍ଟରେ ହେବାକୁ ଥିବା ମୋର ସଙ୍ଗୀତ କାର୍ଯ୍ୟକ୍ରମକୁ ମୋତେ ସ୍ଥଗିତ ରଖିବାକୁ ପଡ଼ିଛି। ମୁଁ ଜାଣେ ଆପଣମାନେ ଏହି ଶୋ’କୁ କେତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଏବଂ ମୁଁ ପ୍ରକୃତରେ ଖୁବ୍‌ ଦୁଃଖିତ ଏବଂ ନିରାଶ ହୋଇଛି ଯେ ଏହି ଶୋ ହେଉନାହିଁ। ଆପଣମାନଙ୍କ ଭଲପାଇବା ଏବଂ ସହଯୋଗ ମୋର ଶକ୍ତି। କିନ୍ତୁ ଏହି କନସର୍ଟକୁ ଆହୁରି ଯାଦୁକର କରିବାକୁ ଚେଷ୍ଟା କରୁଛି’’।

- Advertisement -

ଅରିଜିତ୍‌ ସ୍ଥଗିତ ରହିଥିବା ଶୋ’ର ନୂଆ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ନୂଆ ତାରିଖ ହେଉଛି- ସେପ୍ଟେମ୍ବର ୧୫ (ଲଣ୍ଡନ), ସେପ୍ଟେମ୍ବର ୧୬ (ବର୍ମିଂହାମ୍‌), ସେପ୍ଟେମ୍ବର ୧୯ (ରୋଟରଡ୍ୟାମ), ସେପ୍ଟେମ୍ବର ୨୨ (ମାଞ୍ଚେଷ୍ଟର)। ତେବେ ବର୍ତ୍ତମାନର ଟିକେଟ୍‌ ନୂଆ କନ୍‌ସର୍ଟ ପାଇଁ ବୈଧ ରହିବ ବୋଲି ସେ କହିଛନ୍ତି।

ଅପରପକ୍ଷେ, ଅରିଜିତ୍ ଅସୁସ୍ଥ ଥିବା ଓ ଚିକିତ୍ସିତ ହେଉଥିବା ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖ ଓ ଚିନ୍ତା ପ୍ରକଟ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories